କିଏ ପାଇବେ ମନ୍ତ୍ରୀ ପଦ; ଖଲ୍ଲିକୋଟ ନାଁ କବିସୂର୍ଯ୍ୟନଗର ବିଧାୟକ ???

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଖଲ୍ଲିକୋଟ ଓ କବିସୂର୍ଯ୍ୟ ନଗର ଦୁଇ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଶେଷ ପ୍ରାନ୍ତରେ ଖୋର୍ଦ୍ଧା, ନୟାଗଡ଼ ଓ ପୂରୀ ଜିଲ୍ଲାକୁଲାଗିରହିଛି,ଏହାପରେ ଆରମ୍ଭ ହେଉଛି ଏହି ତିନିଗୋଟି ଜିଲ୍ଲା | ଏହି ଦୁଇ ନିର୍ବାଚନ ମଣ୍ଡଳୀର ଶେଷ ଭାଗରେ ପ୍ରାୟ ବହୁ ପଞ୍ଚାୟତ ଆଦିବାସୀ ଓ ହରିଜନ ବହୁଳ ଗ୍ରାମ ଅଟେ | ତେଣୁ ସେହି ଲୋକଙ୍କ ବିକାଶକୁ ଦ୍ବିଗୁଣିତ କରିବା ସକାଶେ ସେହି ଲୋକ ମାନେ ଏହି ଦୁଈ ବିଧାୟକଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଥିଲେ | ବିଶେଷ କରି ଏହି ଦୁଇ ନିର୍ବାଚନ ମଣ୍ଡଳୀର ବିକାଶ ଦୀର୍ଘ ୨୫ ବର୍ଷ ରାଜ୍ୟ ସରକାରଙ୍କ ଶାସନ ମଧ୍ୟରେ କିଛିବି ଆଖି ଦୃଷିଆ ଉର୍ନ୍ନତିକର କାର୍ଯ୍ୟକ୍ରମ ହୋଇ ପାରିନାହିଁ | ଦାଦନ ମାନଙ୍କ ନିମନ୍ତେ କିଛି କଳ କାରଖାନା ନାଁ ରାଜ୍ୟରେ ନିଯୁକ୍ତିର ସୁଯୋଗ କିଛି ବିନାହିଁ, ତେବେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ନାଁ ପ୍ରତାପଚନ୍ଦ୍ର ନାୟକଙ୍କୁ ମନ୍ତ୍ରୀ ପଦ ମିଳିବକି ବୋଲି ଜନସାଧରଣଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ଭରି ରହିଛି | କାରଣ ଗଞ୍ଜାମରେ ୧୨ ଗୋଟି ବିଧାନସଭା ଆସନରୁ ସର୍ବାଧିକ ୧୧ ଗୋଟି ଆସନ ବିଜେପି ଜିତିଥିଲାବେଳେ ଗୋଟିଏରେ ବିଜେଡିର ନବୀନବାବୁ ଓ ଅନ୍ୟଟିରେ କଂଗ୍ରେସ ଜିତିଅଛି | ଯଦି ଭୋଟ ହାରକୁ ଦେଖିବା ତେବେ ପ୍ରତାପଚନ୍ଦ୍ର ନାୟକ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେଡିର ଲତିକା ପ୍ରଧାନଙ୍କୁ ଜିଲ୍ଳାରେ ସର୍ବାଧିକ 30,173 ଖଣ୍ଡ ଭୋଟରେ ପରାଜୟ କରି ଜିଲ୍ଲାରେ ପ୍ରଥମସ୍ଥାନରେ ଥିଲାବେଳେ ସୋରଡ଼ାର ନୀଳ ବିଷୋୟୀ 28,224ଭୋଟ ବ୍ୟବଧାନ ରେ ଜିତି ଜିଲ୍ଲା ରେ 2ସ୍ଥାନ ଓ ତାପଛକୁ ଖଲ୍ଲିକୋଟର ପୂର୍ଣ୍ଣଚନ୍ଦ୍ର ସେଠୀ 23,057 ଭୋଟ ଆଗରେ ରହି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୂର୍ଯ୍ୟ ମଣୀ ବୈଦ୍ୟଙ୍କୁ ପରାସ୍ତ କରି ଜିଲ୍ଲାରେ 3ୟ ସ୍ଥାନରେ ରହିଛନ୍ତି | ତେଣୁ ବିଜେପି ସରକାର ଗଞ୍ଜାମରୁ 4ଜଣଙ୍କୁ ମନ୍ତ୍ରୀପଦ ଦେବବୋଲି ଆଶା ଓ ବିଶ୍ୱାସ ରହିଛି | ଯେହେତୁ ଓଡିଶା ମଧ୍ୟରେ କେଉଁ ଜିଲ୍ଲାରେ ସର୍ବାଧିକ ଏତେ ଆସନରେ ବିଜେପି ବିଜୟ ହୋଇନାହିଁ | ବିଶେଷ କରି ସେତେବେଳେ ର ଗୋପାଳପୁର ବିଧ୍ୟାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁରରେ ଅନୁଷ୍ଠିତ ବିଜେପି ସଭାରେ ବିଜେଡିର ଲେଖା ଛିଡେଇ ଦେବା ଶବ୍ଦଟି ଯୋଗୁଁ ଅତିଷ୍ଟ ଗଞ୍ଜାମ ବାସୀ ପୁରା ଲେଖାଛିଡେଇ ଦେଇ ବିଜେପିକୁ ସମର୍ଥନ କଲେ | ତେଣୁ ଏହି ଘଟଣାରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂଯୋଜନା ଓ ଆତ୍ମ ବିଶ୍ୱାସ ଯୋଗୁଁ ଜିଲ୍ଲା ଆଜି ଏତେବଡ ବିଜୟ ହାସଲ କରିପାରିଛି | ଏବଂ ହାରୁ, ହାରୁ ମଧ୍ୟ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ମାତ୍ର 4ହଜାର 636 ଖଣ୍ଡଭୋଟରେ ବିଜୟ ଲାଭ କରିଛନ୍ତି | ଏହି କାରଣରୁ ଗଞ୍ଜାମରୁ ଅଧିକ ମନ୍ତ୍ରୀପଦ ଦେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ଆଗାମୀ ଓଡ଼ିଶାର ନବନିର୍ବାଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ଜନ ସାଧରଣଙ୍କ ଆଗାଢ଼ ଏବଂ ଅତୁଟ ବିଶ୍ୱାସ ରହିଛି | ସେ ମଧ୍ୟରୁ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରକୁ ବିଶେଷ ଧ୍ୟାନ ଦେଇ ମନ୍ତ୍ରୀପଦ ଦେଲେ ଏହି ଆଦିବାସୀ ହରିଜନ ଲୋକଙ୍କ ସହିତ ଅନ୍ୟ ଜାତିର ଲୋକଙ୍କ ବିକାଶରେ ସହାୟକ ହୋଇ ପାରିବ ବୋଲି ଲୋକମାନେ ଆଶାବାଦୀ ରହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.