ଆଲୁମିନି କଳାକ୍ଷେତ୍ର ପକ୍ଷରୁ ‘ସ୍ମୃତିରେ ତୁମେ ମନୀଷା’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ‘ସ୍ମୃତିରେ ତମେ ମନୀଷା’ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଆଲୁମିନି କଳାକ୍ଷେତ୍ର ପକ୍ଷରୁ ପାଳିତ ହୋଇଯାଇଛି। ଏହି ସ୍ମୃତି ସଭାରେ ମଧୁସୂଦନ ଦାସ, ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ନୀକୁଞ୍ଜ ବିହାରୀ ଦାସ, ମହାବିଦ୍ୟାଳୟ ଅଧ୍ୟାପକ ଅଜିତ୍ କୁମାର ଜେନା, ଅଧ୍ୟାପକ ସଙ୍ଗୀତ ସାମନ୍ତରାୟ ,ଅଧ୍ୟାପକ ଦଇତାରୀ ବେହେରା ଆଲୁମିନି, ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କିଶୋର ଦାସ ଉପସ୍ଥିତ ରହି ମନୀଷାଙ୍କ ସ୍ମୃତିଚାରଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଆଲୁମିନିର ସଦସ୍ୟ ଆଜ୍ୟପ୍ରଜ୍ଞା ବାସବଦତ୍ତା, ତୃପ୍ତି ମୟୀ ପରିଚାଳନା କରିଥିଲେ | ଏହି ସଭାରେ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ, ମହାବିଦ୍ୟାଳୟର ସମସ୍ତ କର୍ମକତା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.