ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଗ୍ରାମ ସମିତି ତରଫରୁ ରବିବାର ଏକ ସମ୍ବର୍ଦ୍ଧନା ସଭା ସମିତିର ସଭାପତି ଜୟଦେବ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ କର୍ମଚାରୀ ଭବନ ଭବାନୀପାଟଣା ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଶମ ଓ ଦ୍ବାଦଶ ଶ୍ରେଣୀର କୃତି ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୨୩-୨୪ ଶିକ୍ଷା ବର୍ଷରେ ଶତକଡା ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ୬୩ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ପିତାମ୍ବର ଭୋଇ, ସମ୍ମାନିତ ଅତିଥି ଭାବେ ରେ ଆଦିବାସୀ ସଂଘ ର ଜିଲ୍ଲା ସଭାପତି ପ୍ରକାଶ ମାଝୀ, ଜିଲ୍ଲା ଆଦିବାସୀ ସଂଘ ସାଧାରଣ ସଂପାଦକ ଋତୁରାଜ ମାଝୀ, ଅବସରପ୍ରାପ୍ତ ଜିଲ୍ଲା ବନ ବିଭାଗ ଅଧିକାରୀ ମହେଶ୍ୱର ମାଝୀ, ଆର୍ଥିକ ଅଧିକାରୀ ସଇଁତଲା ଲୋଚନ ଜାନି, ଧର୍ମଗଡ଼ ଆଦିବାସୀ କର୍ମଚାରୀ ସଂଘର ସଭାପତି ପଦ୍ମଲୋଚନ ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବାର୍ଷିକ ତଥା ଉଦ୍ଦେଶ୍ୟ ଜ୍ଞାପନ ସାଧାରଣ ସଂପାଦକ କୁରେଶ୍ବର ମାଝୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ର ନବ ନିର୍ବାଚିତ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଲିତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଦ୍ମଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।