ପିଏମ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ହସ୍ତାନ୍ତର: ନର୍ଲାରେ ଭିଡିଓ କନଫରେନସିଂ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସାରା ଦେଶର ଚାଷୀଙ୍କ ଆକାଉଣ୍ଟରେ ପିଏମ କିସାନ କଲ୍ୟାଣ ନିଧି ଯୋଜନାରେ ଡିବିଟି ସ୍କିମରେ ବଟନ ଦବାଇ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏଥିରେ ସାରା ଦେଶର ୯.୨୬ କୋଟି ଚାଷୀଙ୍କୁ ମିଳିବ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା । ସାରା ଦେଶର ଚାଷୀ ସହଯୋଗର ହାତ ବଢାଇ ତାଙ୍କୁ ତୃତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ଭାବରେ ନିର୍ବାଚିତ କରିଥିବାରୁ ସାରା ଦେଶର ଚାଷୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତିର ଆରମ୍ଭ ଆଜି ତାଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରୁ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତୃତୀୟ ପାଲିରେ ପ୍ରଧାମନ୍ତ୍ରୀ ଭାବରେ ଶପଥ ନେବାପରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀକୁ ପ୍ରଧାମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏଥିପାଇଁ ବାରାଣାସୀରେ ଭବ୍ୟ ଆୟୋଜନ କରାଯାଇଥିଲା । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ରାଜ୍ୟପାଳ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ମଞ୍ଚସୀନ ରହି କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣ ନୀତି ବିଷୟରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନସିଂ ମାଧ୍ୟମରେ ସାରା ଦେଶର ପ୍ରତ୍ୟେକ ରାଜ୍ୟର ପ୍ରତି ବ୍ଲକରେ ଅନୁଷ୍ଠିତ ହୋଇଥିଲା । ଓଡିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବରଗଡ ଜିଲ୍ଲା ସଦର ମହକୁମାରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମ୍ମେଳନ କକ୍ଷରେ ନର୍ଲା କୃଷି ବିଭାଗ ତରଫରୁ ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ, ଆତ୍ମା ଅଧ୍ୟକ୍ଷ ଆଲୋକ ଚାନ୍ଦ, ନର୍ଲା ଉଦ୍ୟାନ ବିଭାଗ ଅଧିକାରୀ ଅନନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ନର୍ଲା ବ୍ଲକ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ୧୦୦ ରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ । କୃଷି ବିଭାଗର ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତୁଳାପଡା ଗ୍ରାମ୍ୟ କୃଷି କର୍ମଚାରୀ ସବିତା ସେନାପତି, ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ମୀନତି ରଣା, ଗଜମତି ମାଝୀ, ସୁରଜିତସିଂ ମାଝୀ, କେମନ୍ତ ସାହୁ, ବାଗପୁର ଏଓ ଶ୍ରୀ ବିଶି ଓ କୃଷକ ସାଥୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପସ୍ଥିତ ଚାଷୀମାନେ କେନ୍ଦ୍ର କୃଷି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପିଏମ କିସାନ ଯୋଜନା ଉପରେ ଅଭିଭାଷଣକୁ ମନ୍ତ୍ରମୁଗ୍ଧ ଭାବରେ ଶୁଣିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.