ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆର ମହାସଚିବ ଭୋଳା ନାଥ ସିଂହ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପରେ ଏହି ସୂଚନା ଦେଇଛନ୍ତି ହକି ଇଣ୍ଡିଆର ମହାସଚିବ । ହକି ପାଇଁ ବଡ଼ ଘୋଷଣା କଲେ ନୂଆ ସରକାର । ଆଉ ୩ ବର୍ଷ ବଢ଼ିଲା ହକି ଇଣ୍ଡିଆ ସ୍ପନସର୍ସିପ୍ । ଅର୍ଥାତ ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ସ୍ପନ୍ସର୍ ରହିବ ଓଡ଼ିଶା । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ରହିବା ନେଇ ଚୁକ୍ତି କରିଥିଲେ ନବୀନ ସରକାର । ଓଡ଼ିଶାକୁ ୧୦୦ ବର୍ଷ ପୂରୁଥିବାରୁ ଏହି ଚୁକ୍ତିକୁ ଆଉ ୩ ବର୍ଷ ବୃଦ୍ଧି କଲେ ମୋହନ ସରକାର । ଉଭୟ ପୁରୁଷ ଓ ମହିଳା ହକିର ସ୍ପନସର ୨୦୩୩ ପରିବର୍ତ୍ତେ ୨୦୩୬ ପର୍ଯ୍ୟନ୍ତ ରହିବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ହକି ଇଣ୍ଡିଆ ମହାସଚିବ ସୂଚନା ଦେଇଛନ୍ତି । ଭାରତୀୟ ହକି ଦଳର ୨୦୩୬ ଯାଏଁ ଓଡିଶା ପ୍ରାୟୋଜକ ରହିବ । ୨୦୩୬ ଯାଏଁ ପ୍ରାୟୋଜକ ହେବାକୁ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ହେବାର ଥିଲା । ଆଉ ୩ ବର୍ଷ ପ୍ରାୟୋଜକ ହେବା ନେଇ ସରକାର ଘୋଷଣା କରିଛନ୍ତି । ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା ।