ଡାକ୍ତର, ଫାର୍ମାଶିଷ୍ଟ ଓ କର୍ମଚାରୀଙ୍କ ଦେଖା ଦର୍ଶନ ନାହିଁ : ବନ୍ଦ ହୋଇଥିଲା ଦେଦର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର

ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବେକି ?

ଜୁନାଗଡ : ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ପାଣିପରି ବୁହାଇ ଚାଲିଛନ୍ତି କିନ୍ତୁ ଅନେକ ସମୟରେ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସୁବିଧା ଅପହଞ୍ଚ ହୋଇ ରହିଛି । ଅନେକ ଅଞ୍ଚଳରେ ନିଜ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି କର୍ମଚାରୀ । ଏପରି ଏକ ଦୃଷ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଦେଦର ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ । ଗତ ଜୁନ ୨୮ ତାରିଖର ଘଟଣା । ଏହି ଦିନ କେନ୍ଦ୍ରଟି ବନ୍ଦ ଥିବା ଦେଖିବାକୁ ମିଳିଥିଲା । କାରଣ ହେଲା ଏଥିରେ ନିଯୁକ୍ତ ଡାକ୍ତର, ଫାର୍ମଶିଷ୍ଟ ଓ କର୍ମଚାରୀ ଅନୁପସ୍ଥିତି ଥିବାରୁ ଡାକ୍ତରଖାନା ରେ ତାଲା ଝୁଲୁ ଥିଲା । ବଣ ପାହାଡ଼ ଘେରା ଅଂଚଳରେ ବସବାସ କରୁଥିବା ଜିଲିଂଦର, ସୁପେଲ, ସ୍ୱରଲି ଆଦି ଅଂଚଳର ପ୍ରାୟ ୧୩ ହଜାର ଜନସାଧାରଣ ଏହି ସ୍ବାସ୍ଖ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏହା ନୂଆକଥା ନୁହଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅନେକ ସମୟରେ ବନ୍ଦ ରହୁଥିବା ଅଭିଯୋଗ କରନ୍ତି ସାଧାରଣ ଜନତା । ଅନେକ ସମୟରେଏଠାରେ ନିୟୋଜିତ କର୍ମଚାରୀମାନଙ୍କ ଅନୁପସ୍ଥିତି ଯୋଗୁଁ  ଲୋକେ ଚିକିତ୍ସା ସେବାରୁ ବଂଚିତ ହୋଇଖାନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ଥିବା ସମୟରେ ଜନସାଧାରଣ ବାଦ୍ଧ୍ୟ ହୋଇ ୩୨ କିମି ଦୂର ଜୁନାଗଡ଼ରେ ଥିବା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି । ସାଧାରଣ ଗରିବ ଶ୍ରେଣୀର ଲୋକେ ଅଧିକ ଖର୍ଚ୍ଚାନ୍ତ ହେବାସହ ହଇରାଣ ହରକତ ହେଉଥିବା ନଜରକୁ ଆସୁଛି । ଏଠାରେ ପ୍ରଶ୍ନ ଉଛେଯେ ଗ୍ରାମାଞ୍ଚଳ ଲୋକକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାାଇଁ ସରକାର ଏଭଳି ଡାକ୍ତରଖାନା ଖୋଲିଖିଲେ ମଧ୍ୟ ଏଥିରେ ନିୟୋଜିତ କର୍ମଚାରୀ ମାନଙ୍କ ବେପରୱା ମନୋଭାବ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ତେଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏସମନ୍ଧରେ ଆମ  ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ଯେ, ଦେଦର ସ୍ବାସ୍ଥ୍ୟକେନ୍ଦ୍ର ରେ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ମୋ ପାଖରେ ଖବର ଅଛି ଓ ଲୋକ ପଠାଇ ଦେଖିଛି ମଧ୍ୟ । 

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.