ସୋନପୁର,୧/୭ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୋନପୁର – ରେଢାଖୋଲ ରାସ୍ତାର ଜଟେସିଂହାଠାରେ ହରିହର ଯୋର ଉପରେ ୧୫ କୋଟି ୪୨ ଲକ୍ଷ ଟଙ୍କାର
ବ୍ୟୟ ଅଟକଳରେ ନବନିର୍ମିତ ସେତୁ ଆଜି ଉଦ୍ଘାଟିତ ହୋଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅସିତ୍ କୁମାର ପଣ୍ଡା, ବିଭାଗୀୟ ଏସଡିଓ ହିମାଂଶୁ ଶେଖର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ତ୍ତବିଭାଗ ପକ୍ଷରୁ ନାବାର୍ଡ ସହାୟତାରେ ନବନିର୍ମିତ ଏହି ସେତୁ ପୂର୍ବରୁ ଥିବା ପୁରୁଣା ସେତୁ ନିକଟରେ ନିର୍ମିତ ହୋଇଛି । ସୁଉଚ୍ଚ ୧୫୨.୧୬ ମିଟର ଦୈର୍ଘ୍ୟ ବିଶିଷ୍ଟ ଉକ୍ତ ନୂତନ ସେତୁ ନିର୍ମିତ ହେବା ପରେ ଏଣିକି ବନ୍ୟା ସମୟରେ ବୀରମହାରାଜପୁର ଓ ସୁବଳୟା ମଧ୍ୟରେ ରାସ୍ତା ଯୋଗାଯୋଗ ସହଜ ହେବ ବୋଲି ଆଶା
କରାଯାଉଛି । ଉକ୍ତ ସେତୁର ବୀରମହାରାଜପୁର ପଟକୁ ୬୦୦ମିଟର ଓ ସୁବଳୟା ପଟକୁ ୩୦୦ ମିଟର ଦୀର୍ଘର ସଂଯୋଗ ରାସ୍ତା ମଧ୍ୟ ନୂତନ ଭାବେ ନିର୍ମିତ ହୋଇଥିବା ଜଣାଯାଇଛି ।