ମିଥ୍ୟା ସତ୍ୟପାଠ ନେଇ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ -ମନୋରମା ମହାନ୍ତି, ନର୍ଲା ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପରେ ସୁପ୍ତ ହୋଇ ପଡ଼ିଥିବା ନର୍ଲାର ରାଜନୈତିକ ପାଣିପାଗ ପୁଣିଥରେ ସରଗରମ ହୋଇ ଉଠିଛି। ମଙ୍ଗଳବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ନର୍ଲା ବିଧାୟିକାଙ୍କ ମିଥ୍ୟା ସତ୍ୟପାଠ ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିବା ନିମନ୍ତେ ଆବେଦନ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ୨୦୨୪ ନିର୍ବାଚନର ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ବିଧାୟିକା ମନୋରମା ମହାନ୍ତି ସତ୍ୟପାଠରେ ବିହାରର ଏକ ଓପନ୍ ସ୍କୁଲରୁ ମାଟ୍ରିକ ପାସ କରିଥିବା ଉଲ୍ଲେଖ କରିଛନ୍ତି। ମାତ୍ର ଏହି ମାଟ୍ରିକ ଜାଲିଆତି। ସେ ୨୦୨୨ ମସିହାରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ସମୟରେ ନିର୍ବାଚନୀ ସତ୍ୟପାଠରେ ଭବାନୀପାଟଣା ସରକାରୀ ଗାର୍ଲସ ହାଇସ୍କୁଲରୁ ମାଟ୍ରିକ ପାସ କରିଥିବା ଦର୍ଶାଇଥିଲେ। ମାଟ୍ରିକ ସାର୍ଟିଫିକେଟ ପାଇଁ ସେ ହାଇକୋର୍ଟରେ ମାମଲା ରୁଜୁ ନିମନ୍ତେ ଆବେଦନ କରିଥିବା କହିଛନ୍ତି ଭକ୍ତ ଦାସ। ଅନ୍ୟପକ୍ଷରେ ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି – ‘ଯଦି ଏନେଇ ହାଇକୋର୍ଟରେ ଆବେଦନ ହୋଇଥାଏ ତା’ହେଲେ ଆବଶ୍ୟକ ହେଲେ ମୁଁ ସମସ୍ତ ପ୍ରମାଣ ସହିତ ତଥ୍ୟ ଉପସ୍ଥାପନା କରିବି।’ ଏଠାରେ ପ୍ରକାଶଯୋଗ୍ୟ ଯେ, ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କୁ ପରାଜିତ କରି ନର୍ଲା ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.