କୋକସରା ପଞ୍ଚାୟତ ସମିତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ବିଡ଼ିଓ ସେହ୍ନପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରେ ଜିପିଡିଓ ରାଜେନ୍ଦ୍ର ପାତ୍ର ପୂର୍ବ ବୈଠକର ବିବରଣୀ ପଠନ କରି ସମୀକ୍ଷା ପ୍ରତି ସମସ୍ତଙ୍କ ମତାମତ ଲୋଡ଼ିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗମନା ଗମନ ପ୍ରତି ଉନ୍ନୟନ ମୂଳକ ପଦକ୍ଷେପ ଓ ସରକାରୀ ଯୋଜନାର ସୁଫଳ ରୂପାୟନ ପାଇଁ ସମସ୍ତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ସହଯୋଗୀତା ରହିବା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବିଭାଗ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ, ଉଦ୍ୟାନ ବିଭାଗ, ପ୍ରାଣି ସମ୍ପଦ, ଅଣୁ ଓ କ୍ଷୁଦ୍ର ଜଳସେଚନ ବିଭାଗ ଆଦି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ତେବେ ବିଦ୍ୟୁତ୍, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୁର୍ତ୍ତ ବିଭାଗର ଅଧିକାରୀ ମାନେ ବୈଠକରେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବୈଠକରେ ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ, ଭାରପ୍ରାପ୍ତ ସିଡିପିଓ ସରୋଜା ଦେବୀ, ଧର୍ମଗଡ଼ ବନଖଣ୍ଡ ଅଧିକାରୀ ଭବାନୀ ଶଙ୍କର କାଉଁର, ଏମଭିୟୁ ସ୍ମୃତି ରଞ୍ଜନ ଦାସ, ପିଏଚଇଓ ଶର୍ମିଲା ଛତ୍ରିଆ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଯଶୋବନ୍ତି ଭୋଇ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଓ ପରିମଳ ବିଭାଗ, କୃଷି, ଉଦ୍ୟାନ ବିଭାଗ ସମେତ ବ୍ଳକର ୨୨ ଗୋଟି ପଞ୍ଚାୟତର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। ବୈଠକକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.