ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ନକଲି ନିର୍ମାଣ ଶ୍ରମିକ କାର୍ଡ ତିଆରି କରି ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ 296/24ରେ ଅନୁସାରେ ଏକ ମାମଲା ରୁଜୁ କରି ଦଫା 420/468/471 ରେ ସଇଁତଲା କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି l ଗିରଫ ଅଭିଯୁକ୍ତ ଦିବାକର ବଚ୍ଛା (30 ) ଥାନା ସିନ୍ଦେକେଲା ଗ୍ରାମ ପୁଟାପଡା ଅଞ୍ଚଳ ବୋଲି ଜଣାପଡିଛି l ପ୍ରକାଶ ଯେ, ଦିବାକର ବଚ୍ଛା ନାମକ ଯୁବକ ବଲାଙ୍ଗୀରରେ ଲେବର ଅଫିସରେ ଅଛି l ଶ୍ରମିକମାନଙ୍କ ଲେବର କାର୍ଡ ତିଆରି କରୁଛି କହି ପୂର୍ଵରୁ ହିତାଧିକାରୀଙ୍କ ଠାରୁ କାଗଜ ପତ୍ର ସଂଗ୍ରହ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ 1 ହଜାର ଟଙ୍କା ଲେଖାଏଁ ନେଇଥିଲେ l ଗତ ଶୁକ୍ରବାର ଦିନ ସଇଁତଲା ଥାନା ବୁଢ଼ାବାହାଲ ଗ୍ରାମକୁ ପହଂଚି କାର୍ଡ ଆସିଛି କହି ହିତାଧିକାରୀମାନଙ୍କୁ କାର୍ଡ ପ୍ରଦାନ କରିଥିଲେ l ଅନ୍ୟପଟେ କିଛି ହିତାଧିକାରୀ ଦିବାକରର ମୋବାଇଲ ଫୋନରେ ଅନେକ ଲୋକଙ୍କ ଆଇଡି. ନଂ. ଦେଖି ନକଲି ସନ୍ଦେହ କରି ହୋ ହାଲ୍ଲା କରି ପୋଲିସକୁ ଖବର ଦେଇଥିଲେ l ଏହାପରେ ପୋଲିସ ଖୋଡ଼ତାଳ ଆରମ୍ଭ କରିବାରୁ ଦିବାକର ସମସ୍ତ କଥା ପୋଲିସ ଆଗରେ ପ୍ରକାଶ କରିଥିଲେ l ଏହି ଘଟଣାରେ ପୋଲିସ 10 ଗୋଟି ନକଲିକୁ କାର୍ଡ ଜବତ କରିଛି l ଉକ୍ତ ମାମଲାକୁ ସଇଁତଲା ଥାନା ଆଇଆଇସି ସୁଶାନ୍ତ ପ୍ରଧାନ ଙ୍କ ତତ୍ତ୍ୱବଧାନରେ ଏସଆଇ ଆଲୋକ ଭୋଇ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି l