ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କରମତଲା ପଞ୍ଚାୟତ ତୃଷ୍ଣାପାଲି ଗ୍ରାମର ଜୈନିକ ଯୁବକ ବଜାର କରି ଘରକୁ ଫେରୁଥିବା ବେଳେ ବାଇକ ଆରୋହୀ ଙ୍କୁ ସାଇଟ ନ ଦେବାରୁ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରି ଯୁବକମାନେ ଫେରାର ମାରିଥିବା ଜଣାପଡିଛି l ଏ ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନା କେସ ନଂ 300/24 ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ପ୍ରକାଶ ଯେ, ତୃଷ୍ଣାପାଲି ଗ୍ରାମର ତିରୁ ପ୍ରସାଦ ବୁଡ଼େକ (23) କରମତଲା ବଜାରକୁ ପନିପରିବା କିଣି କରି ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବାଇକ ଆରୋହୀ ଜଣକ ସାଇଟ ମାଗିବାରୁ ତିରୁ ପ୍ରସାଦ ନ ଦେବାରୁ ବାଇକରୁ ଓଲ୍ଲାଇ ତିରୁଙ୍କୁ ନିସ୍ତୁକ ପ୍ରହାର କରି ଯୁବକମାନେ ଫେରାର ମାରିଛନ୍ତି l ଏହି ଆକ୍ରମଣରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦେହର ବିଭିନ୍ନ ସ୍ଥାନରେ ମାଡ ମାରିଥିବା ଥାନା ଏତଲାରେ ଦର୍ଶାଯାଇଛି l ଏ ନେଇ ପୋଲିସ ଆହତ ଯୁବକଙ୍କୁ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ଘଟଣାର ତଦନ୍ତ ଆରମ୍ଭ କରିଛି l