ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଓ ରେଙ୍ଗଲପାଲି କ୍ଲଷ୍ଟର ତରଫରୁ ସମ୍ବର୍ଦ୍ଧନା ତଥା ବିଦାୟକାଳୀନ ସଭା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଓ ରେଙ୍ଗଲପାଲି କ୍ଲଷ୍ଟର ତରଫରୁ ସମ୍ବର୍ଦ୍ଧନା ତଥା ବିଦାୟକାଳୀନ ସଭା ରେଙ୍ଗାଲପାଲି ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟ ଅତିଥି ଭାବେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶା ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ଗଣେଶ ବେହେରା, ଭୁବନେଶ୍ୱର ପଟ୍ଟନାୟକ, ସୁରେନ୍ଦ୍ର ମୋହନ ଯୋଶୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଟିକେଚନ୍ଦ୍ର ମାଝୀ, କୋକସରା ଶିକ୍ଷକ ସଂଘ ସଭାପତି ଭୂରିଶ୍ରବା ଜାଲ, ଥୁଆମୂଳ ରାମପୁର ବ୍ଲକ ସଭାପତି ଅଜିତ କୁମାର ନାୟକ, ଜିଲ୍ଲା କୋର କମିଟି ସଦସ୍ୟ ତପନ ବେହେରା, ରାମେଶ୍ବର ଭାଇ, ଉପ ସଭାନେତ୍ରୀ ରଶ୍ମିତା ବେହେରା,ସିଆରସିସି ରମାକାନ୍ତ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଘ ସଂପାଦକ ଲଳିତ କୁମାର ନାଏକ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ବିଦାୟୀ ଶିକ୍ଷକ ତଥା ସହ ଶିକ୍ଷାଧିକାରୀ ଟିକେଚନ୍ଦ୍ର ମାଝୀ, ପ୍ରଭାସିନୀ ମହାନ୍ତି, ଅରୁଣ ଠାକୁର, ଯଦୁମଣି ରାଉତ, ଦୁର୍ଯ୍ୟୋଧନ ବାଗ, ଋଷିମଣି ବାଣୁଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିବା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ହରିପୁର ରୋଡ କଟକ-୧ ର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବିପୁଳ ସ୍ଵାଗତ ତଥା ଅଗ୍ରପୂଜ୍ୟଙ୍କ ପ୍ରତିମୂର୍ତ୍ତି ସହ ସମ୍ବର୍ଦ୍ଧନା କରାଯାଇଥିଲା।

ସଭାକୁ ସିଦ୍ଧାର୍ଥ ମିଶ୍ର ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ଠାକୁର ଧନ୍ୟବାଦ ପର୍ବ ଦାୟିତ୍ଵ ନେଇଥିଲେ।ମାଧବ ପଣ୍ଡା, ଦିବାକର ପଟ୍ଟନାୟକ, ଶାଶ୍ଵତୀ ମିଶ୍ର ସମ୍ବର୍ଦ୍ଧନା ପତ୍ର ପଠନ କରିଥିଲେ। କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ପ୍ରଫୁଲ୍ଲ ବେହେରା, କ୍ଷମା ରାଉତ, ଗୁଣନିଧି ସିଂହ, ଭଗବାନ ବେଣୁପାଣି, ମାନସ ପଣ୍ଡା, ତ୍ରିନାଥ ନାଏକ, ଗଣେଶ ଶବର, ଦେବେନ୍ଦ୍ର ରାଉତ, ନବ କିଶୋର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.