ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ପୁଣି ସଫଳତା ମିଳିଛି। ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ସହିତ ଜଣେ ବେପାରୀକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜିଲ୍ଲାର ବିଦୁରପାଲି ଗାଁର ଗୋପାଳ ପଧାନଙ୍କ ୩୨ ବର୍ଷିୟ ପୁଅ ବଶିଷ୍ଠ ପଧାନ ବୋଲି ଜଣା ପଡିଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ଅଭିଯୁକ୍ତ ଏକ ମାରୁତି ଗାଡିରେ ଗଂଜେଇ ନେଇ ବିନିକା ରାସ୍ତାରେ ଯାଉଥିବା ସମୟରେ ଅବକାରୀ କର୍ମଚାରୀମାନେ ଚଢାଉ କରି ଗଞ୍ଜେଇ ବୋଝେଇ ଗାଡି ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।
ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଅଭିଯୁୁକ୍ତ ଆପାଚି ଗାଡିରେ ୫ କେଜି ଗଞ୍ଜେଇ ନେଇ ଯାଉଥିବା ସମୟରେ ଅବାକାରୀ କର୍ମଚାରୀମାନେ ଯୁବକକୁ ଗିରଫ କରିଛନ୍ତି। ଗଞ୍ଜେଇ ବୋଝେଇ ଗାଡି ସହିତ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ତାତରକିଲା ଗାଁର କୌସ୍ତୁଭ ଖଟୁଆକୁ ଗିରଫ କରିଛନ୍ତି। ଦିନ ପ୍ରାୟ ୧୦ ଟା ସମୟରେ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅବକାରୀ କର୍ମଚାରୀମାନେ ସହରର ବୁଢାରଜା ଛକ ନିକଟରେ ଅଭିଯୁକ୍ତ ଉପରେ ଚଢାଉ କରି ଗିରଫ କରିବାରେ ସକ୍ଷମ ହୋଇଛନ୍ତି।