ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମର ଗମ୍ଭେରକୁନା ଠାରୁ ଶ୍ମଶାନ ଘାଟ ରାସ୍ତା ଚାରି ଶହ ମିଟର ହେବ ମରଣଯନ୍ତା ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତିି। ଏହି ରାସ୍ତା ଦେଇ ଚାଷୀ ମାନଙ୍କ ଜମି ପ୍ଲଟ ଥିବା ହେତୁ ଚାଷୀ ମାନଙ୍କ ସାର ବିହନ ନେବା ଆଣିବା ଅସୁବିଧା ଓ ସ୍ମଶାନ ଘାଟ ଥିବାରୁ ଶବ ନେବାରେ ବର୍ଷା ଦିନରେ ଯିବା ଆସିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।
୨୦୧୪ ମସିହାରେ ଏହି ରାସ୍ତାରେ ମନରେଗା ଯୋଜନାରେ କାମ ହୋଇ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଶ୍ମଶାନ ଘାଟକୁ ଯିବା ପାଇଁ ରାସ୍ତା ଟିଏ କରି ପାରୁ ନାହାଁନ୍ତି ବୋଲି ସପ୍ତଋଷି ମଲ୍ଲିକ, ଦମନା ଭୋଇ, ମଙ୍ଗଳୁ ସାହୁ, ଡୁଳମଣୀ ସାହୁ, ଇନ୍ଦ୍ରମଣି ସାହୁ, ଶୁକ୍ରୁ ସାହୁ, ଦାଶରଥି ସାହୁଙ୍କ ସମେତ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ ପ୍ରଶାସନ କର୍ଣ୍ଣପାତ କରୁନଥିବା ପ୍ରକାଶ କରିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।