ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଞ୍ଚାୟତ ଜାମପଦର ଗାଁରେ ଗତ ୨୫ ତାରିଖ ଦିନ ସାପ କାମୁଡାରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଜାମପଦର ଗାଁରେ ପହଞ୍ଚି ମୃତ୍ୟୁବରଣ କରିଥିବା ଶିଶୁମାନଙ୍କ ବାପା ବିକାଶ ସାଗର ଓ ତାଙ୍କ ପତ୍ନୀଙ୍କୁ ଭେଟି ସମବେଦନା ଜଣାଇଥିଲେ। ବିଧାନସଭା ଚାଲିଥିବା ଯୋଗୁଁ ଘଟଣା ଦିନ ଗାଁକୁ ଆସି ପାରିଲି ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ସହ ଦୀର୍ଘ ସମୟ ଧରି ଘଟଣା ସମ୍ପର୍କ ଆଲୋଚନା କରିଥିଲେ।
ଏପରିକି ଶିଶୁମାନଙ୍କ ମୃତ ପ୍ରମାଣ ପତ୍ର ଶୀଘ୍ର ପ୍ରଦାନ କରିବା ପାଇଁ ବଲାଙ୍ଗୀର ସିଡିଏମଓଙ୍କ ସହ କଥା ହୋଇଥିଲେ ଓ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ପାଇଁ କହିଥିଲେ। ଏହି ସମୟରେ ବିଜେପି ନେତା ସଞ୍ଜୟ ତ୍ରିପାଠୀ, ବିରଞ୍ଚି ସାହୁ, ହେମକାନ୍ତ ମୁନା, ଚମ୍ପୁ ସାଗର, ଭକ୍ତି ସାଗର ବୈଷ୍ଣବ ସାଗର, ଗରିବ ସାଗର, ଦୀର୍ଜୁ ସାଗରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।