ମିନି ଷ୍ଟାଡିୟମ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ: ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଖାସବାହାଲ ଗାଁରେ ମିନି ଷ୍ଟାଡିୟମ ନିର୍ମାଣ କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଠାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି l ଯଦି ଏ ଦିଗରେ ବ୍ଲକ ପ୍ରଶାସନ କୋଣସି ପଦେକ୍ଷପ ଗ୍ରହଣ ନ କଲେ ଆଗାମୀ ଦିନରେ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଦେବୁ ବୋଲି ଚେତାବନୀ ଦେଇଛନ୍ତି l ପ୍ରକାଶ ଯେ, ଏହି ଖାସବାହାଲ ଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ବଲାଙ୍ଗୀର ସାଂସଦ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା l କିନ୍ତୁ ଏକ ସମତଲ ଗୋଚର ଜମି ଠାରେ ନିର୍ମାଣ କରାଯାଇଥିବା କହି ଷ୍ଟାଡିୟମ ନାଁରେ ଠିକାଦାର ଜଣକ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l ଏପରିକି ଏକ ଜେସିପି ଗାଡିକୁ ରଖି ଫୋଟୋ ଉତ୍ତୋଳନ କରି ବିଲ କରି ନେଇଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି l ଉକ୍ତ ନିର୍ମାଣ ନାଁରେ ପ୍ରାୟ ୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ବିଲ କରି ନେଇଥିବା ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି l ଏଥିରେ ବିଭାଗୀୟ ଯନ୍ତ୍ରୀ ସହ ଠିକାଦାର ମିଳିତଭଗତରେ ବିଲ ଉଠାଣ ହୋଇଥିବା ଗୁରୁତର ଅଭିଯୋଗ କରିଛନ୍ତି l ଏଥିରେ ବ୍ଲକ ପ୍ରଶାସନର ଅପାରଗତା ତଥା ଖମାଖିଆଲି ମନୋଭାବ ଯୋଗୁଁ ଦିନକୁ ଦିନ ଅନିୟମିତତା ବୃଦ୍ଧି ପାଉଛି l ଏହି ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ଦୁର୍ନୀତି ପାଇଁ ଲୋକେ ଅଭିଯୋଗ ପାଇଁ ଆସୁଥିବା ବେଳେ ପ୍ରଶାସନର ବେପୁରିଆ ଅବହେଳା ଯୋଗୁଁ କୋଣସି ତଦନ୍ତ ମଧ୍ୟ ହେଉନାହିଁ l ଯାହା ଫଳରେ ଅନିୟମିତତା କାର୍ଯ୍ୟକଳାପ ଗୁଡିକ ଦିନ ଦିନ ବୃଦ୍ଧି ପାଉଛି l ଏଣୁ ବିଭିନ୍ନ ଅଭିଯୋଗଗୁଡିକ ହେଉଥିବା ବେଳେ ବ୍ଲକ ପ୍ରଶାସନ ନୀରବ ରହୁଛନ୍ତି l

Omkar Vasthu
Omkar Vasthu

ଯଦି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବ୍ଲକରେ ଆହୁରି ଦୁର୍ନୀତି ବଢିବା ଆଶଙ୍କା ଦେଖାଦେବ ବୋଲି ସାଧାରଣରେ ଆଲୋଚନା ହେଉଛି l ଏହି ଦାବୀପତ୍ର ପ୍ରଦାନ ସମୟରେ ଚିତ୍ତରଞ୍ଜନ ନାଏକ, ପ୍ରମୋଦ ସେଠ, ବଳରାମ ସେଠ, ଅନାଦି ସାହୁ, ଶ୍ରୀପତି ନାଏକ, ନିମାଇ ନାଏକ ଭରତ ପୋଢ଼, ବିକ୍ରମ ନାଏକ, ପଦ୍ମକାନ୍ତ, ସୀତାକାନ୍ତ, ଦୁଃଖ ନାଗ, ନନ୍ଦ ପୋଢ଼, ଭୁବାନୀ ପୋଢ଼, ଚିତ୍ରସେନ ନାଏକ ଙ୍କ ସମେତ ଗ୍ରାମବାସୀ ବିଡ଼ିଓ ଙ୍କୁ ଭେଟି ଦାବୀ ପ୍ରଦାନ କରିଛନ୍ତି l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.