ଚିଙ୍ଗୁଡ଼ିସର ଗ୍ରାମ ପଞ୍ଚାୟତର ଦିର୍ଘ ୮ ବର୍ଷର ସମସ୍ୟାର ସମାଧାନ କେବେ ହେବ ??

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ନୂଆଁ ଆଶା ଓ ଭରସାର ସହ ନୂତନ ଭାବେ ୨୦୧୭ ମସିହାରେ ଗଢି ଉଠିଥିଲା ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତ କିନ୍ତୁ ଗ୍ରା.ପ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ପ୍ରାୟ ୭୦୦ ମିଟର ମାଟି ରାସ୍ତା ଅଛି ବୋଲି ଜଣା ପଡ଼ିଛି।

ଏଠାରେ ବ୍ଲକ୍ ପ୍ରସାଶନ ତରଫରୁ ରାସ୍ତାର ଉନ୍ନତିକରଣ ପାଈଁ ପ୍ରୟାସ କରା ହୋଇଥିଲା କିନ୍ତୁ କିଛି ଚାଷୀଙ୍କ ନାମରେ ଜମି ଥିବାକହିବାରୁ ରାସ୍ତା କାମ ବନ୍ଦ ହୋଇଯାଇଥିଲା ଫଳସ୍ୱରୂପ ଟ୍ରକ୍ ଯିବା ଉପଯୋଗୀ ରାସ୍ତା ନ ଥିବାରୁ ଆମ ଗ୍ରା.ପ ର ଜନ ସାଧାରଣ ଦୀର୍ଘ ୫କି:ମି ଦୂର ଅବିଭକ୍ତ ଭଇଁରୀଗୁଡା ପଞ୍ଚାୟତରୁ PDS ଚାଉଳ ନେବାକୁ ପଡୁଛି ଯାହାକି ବହୁତ୍ କଷ୍ଟ ଦାୟକ ବିଷୟ ତେଣୁ ପରବର୍ତୀ ସମୟରେ ହିମାଂଶୁ ପୁଝାରୀଙ୍କ ନେତୃତ୍ୱ ରେ ଜିଲ୍ଲାପାଲ୍, ଉପଜଲ୍ଲାପାଳ, ବିଡିଓ ଏବଂ ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରାହୋଇଥିଲା କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନଥିଲା ପୁଣିଥରେ ଲୋକଙ୍କ କଷ୍ଟ ସହି ନପାରି ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ହିମାଂଶୁ ପୁଝାରୀ ଏବଂ ଚିଙ୍ଗୁଡ଼ିସର ଗ୍ରାମ ପଞ୍ଚାୟତ ବାସି ଉପସ୍ଥିତ ରହି ଉକ୍ତ ରାସ୍ତା ର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିବାରୁ ଉପ ଜିଲ୍ଲାପାଳ ଧର୍ମଗଡ ଙ୍କୁ ସମ୍ପୂର୍ଣ୍ଣ ଦାୟୀତ୍ବ ଦିଆ ହୋଇଛି ଓ କଥାଦେଇଛନ୍ତି ବହୁତ ଜଲଦି ସମସ୍ୟା ର ସମାଧାନ ହେବ। ବାକି ଅପେକ୍ଷାରେ ରହିଛନ୍ତି ଦିର୍ଘ ୮ବର୍ଷ ର ସମସ୍ୟାର ସମାଧାନ କେବେ ହେବ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.