ଶଙ୍କରାଚାର୍ଯ୍ୟ ମଠରେ ଆଦିତ୍ୟବାହିନୀ ପକ୍ଷରୁ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର 

ଓଡ଼ିଆ ବାର୍ତ୍ତା/ ପୁରୀ: ଆଦିତ୍ୟବାହିନୀ ପକ୍ଷରୁ ପୁରୀର ଶଙ୍କରାଚାର୍ଯ୍ୟ ମଠରେ ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାରାଜାଙ୍କ ନିଜସ୍ଵ ସଚିବ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ମହାରାଜ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ। ମଠରେ ବହୁ ସାଧୁ ସନ୍ଥଙ୍କ ସହିତ ହୃଷିକେଶ ବ୍ରହ୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଦିତ୍ୟବାହିନୀ ପୁରୀ ନଗର ଶାଖାର ସଦସ୍ୟମାନେ ପରିଚାଳନା କରିଥିଲେ। ଭୁବନେଶ୍ୱରସ୍ଥିତ ବାଲାଜୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସହାୟତାରେ ଉକ୍ତ ଶିବିର ପରିଚାଳିତ ହୋଇଛି। ମୋଟ ୭୨ଜଣଙ୍କୁ ଚିକିତ୍ସିତ କରାଯାଇ ଓରାଲ କିଟ୍ ପ୍ରଦାନ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଡଃ ସଞ୍ଜୀବ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ପରିଚାଳିତ ହୋଇଥିଲା। ହସ୍ପିଟାଲର ଅନ୍ୟ ଡାକ୍ତର ବୃନ୍ଦ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

ଆଦିତ୍ୟ ବାହିନୀର ସଦସ୍ୟ ମାତୃପ୍ରସାଦ ମିଶ୍ର, ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ପୁର୍ଣଚନ୍ଦ୍ର ଖୁଣ୍ଟିଆ, ସଂଗ୍ରାମ କାନୁନଗୋ, ଅଜୟ ଗୋଛିକାର, କୁମାର ଭୀମସେନ, ରାମଚନ୍ଦ୍ର ଦଳେଇ, ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନ ସଚିବ ବିଶ୍ୱଶାନ୍ତି ତ୍ରିପାଠୀ ଏବଂ ନଗର ସଚିବ ତନ୍ମୟ ଚାଟାର୍ଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହିପରି ଆଗକୁ ବିଭିନ୍ନ ସୁନାମଧନ୍ୟ ଓ ପ୍ରତିଷ୍ଠିତ ଡାକ୍ତରମାନେ ଆସି ମଠ ପ୍ରାଙ୍ଗଣରେ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହାଦ୍ଵାରା ପୁରୀ ସହରର ବାସିନ୍ଦାମାନେ ବିଶେଷ ଉପକୃତ ହେବେ ବୋଲି ମଠର ସୂଚନା ଓ ଗଣମାଧ୍ୟମ ପ୍ରମୁଖ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.