ଡାଇରିଆ ପ୍ରଭାବିତ ଟିଙ୍ଗୋପଖନା ଗ୍ରାମ ପରିଦର୍ଶନ କଲେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗୋପଖନା ଗ୍ରାମରେ ଡାଇରିଆ ବ୍ୟାପୁଥିବା ଦେଖି ବୁଧବାର ଅପରାହ୍ନରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୂଚେତା ପାଣି ଟିଙ୍ଗୋପଖନା ଗ୍ରାମ ପରିଦର୍ଶନ କରିଛନ୍ତି। ଡାକ୍ତର ପାଣି ପ୍ରଥମେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଚିକିତ୍ସାଧୀନ ରୋଗୀ ମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସେମାନଙ୍କର ସ୍ବାସ୍ଥ୍ୟ ସେବା ଦେଖିଥିଲେ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲାପାଳ ଡି ଅନ୍ବେଷା ରେଡ୍ଡୀ ମଧ୍ୟ ଜୟପାଟଣା ଗସ୍ତ ଆସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀ ମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ।ଏହାପରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସହ ଟିଙ୍ଗୋପଖନା ଗ୍ରାମ ର ଡାଇରିଆ ନିୟନ୍ତ୍ରଣ ନେଇ ଆଲୋଚନା କରିଥିବା ବେଳେ ସ୍ବାସ୍ଥ୍ୟ ଟିମ୍ ସହିତ ଟିଙ୍ଗୋପଖନା ଗ୍ରାମ ପରିଦର୍ଶନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗ୍ରାମରେ ଚାଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେମ୍ପ ଏବଂ ଲୋକମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୂଚେତା ପାଣି ଏହି ଗସ୍ତ ସମୟରେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାର ପ୍ରାପ୍ତ ଅଧିକାରୀ ଡାକ୍ତର ଶୁଭ୍ରଜିତ ବିଶ୍ବାଳ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.