କୋକସରା ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ତ୍ୟାଗ, ବଳିଦାନ, ବିଶ୍ୱାସ ଓ ଶାନ୍ତିର ପ୍ରତୀକ ହେଉଛି ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା l ଭାରତ ସ୍ୱାଧୀନତା ସଂଗ୍ରାମରେ ବଳିଦାନ କରି ଅମର ରହିଥିବା ମହାପୁରୁଷ ମାନଙ୍କୁ ସ୍ମରଣ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ “ହର ଘର ତ୍ରିରଙ୍ଗା” ଅଭିଯାନ ବିଗତ ଦୁଇବର୍ଷ ଧରି ସାରା ଦେଶରେ ଚାଲୁରହିଛି l ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତିଘରେ ତ୍ରିରଙ୍ଗା ପତାକା ଲଗେଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି କଲାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ପକ୍ଷରୁ କାର୍ଯ୍ୟାଳୟ ପରିସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ଶୋଭାଯାତ୍ରା ବାହାରି ଥିଲା l

Omkar Vasthu
Omkar Vasthu

ବିଡ଼ିଓ ସ୍ନେହପ୍ରଭା ମାଝୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଶିକ୍ଷାଧିକାରୀ ରଶ୍ମିତା ନେତାମ, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ଅଧ୍ୟାପିକା, କଲେଜ ଛାତ୍ର ଛାତ୍ରୀ ସମେତ ବ୍ଲକ ର ସମସ୍ତ କର୍ମଚାରୀ,ଏମ ବିକେ, ସିଆରପି,ମିଶନଶକ୍ତି ମହିଳା, ବିଜେପି କର୍ମକର୍ତ୍ତା, ସାଧାରଣ ଜନତା ସମସ୍ତେ ହାତରେ ଜାତୀୟ ପତାକା ଧରି ନଗର ପରିକ୍ରମା କରି ବୀର ସହିଦଙ୍କୁ ସ୍ମରଣ ଓ ମୋଦିଜୀଙ୍କ ଆହ୍ୱାନକୁ ପାଳନ କରିଛନ୍ତି l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.