ପୋଖରୀରେ ବୁଡିଯାଇ ଭିନ୍ନକ୍ଷମଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ମାଝୀଗୁଡା ଗ୍ରାମରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀର ଗଭୀର ପାଣିରେ ଖସିଯାଇ ଜଣେ ଭିନ୍ନକ୍ଷମଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମାଝୀଗୁଡା ଗ୍ରାମର ମାନସିଂ ପୁଞ୍ଜି (୬୫)। ସୂଚନା ଅନୁଯାୟୀ, ସକାଳୁ ମାନସିଂ ନିଜ ଚାଷ ଜମିରେ କାମ କରୁଥିବାବେଳେ ଜମିକୁ ଲାଗି ରହିଥିବା ପେଖରୀରେ ହଠାତ୍ ଖସିପଡ଼ି ଥିଲେ। ଭିନ୍ନକ୍ଷମତା ହେତୁ ବୃଦ୍ଧ ମାନସିଂ ପାଣିରୁ ବାହାରି ନପାରି ଗଭୀର ପାଣି ଭିତରୁକୁ ଚାଲିଯାଇ ଥିଲେ। ପରିବାର ଲୋକେ ଖବର ପାଇ ତୁରନ୍ତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Omkar Vasthu
Omkar Vasthu

ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ବାଗଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ପୋଖରୀ ଭିତରେ ଖୋଜାଖୋଜି କରିବା ପରେ ପାଣି ଭିତରୁ ମାନସିଂଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଖବର ପାଇ କୋକସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଶବ ଜବତ କରି ବ୍ୟବଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିଲେ। ଏବଂ ସେଠାରେ ଶବ ବ୍ୟବଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.