ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ର ହେଉଛି ଆମ ଦେଶ ଭାରତ। ଆଉ ମାତ୍ର କିଛି ସମୟ ପରେ ସମଗ୍ର ଭାରତ ଦେଶ ପାଳନ କରିବ ୭୮ତମ ସ୍ବାଧୀନତା ଦିବସ। ଏନେଇ ପଲ୍ଲୀଠୁ ଦିଲ୍ଲୀ ସବୁଠି ଫରଫର ହୋଇ ଉଡିବ ତ୍ରିରଙ୍ଗା। ‘ଭାରତ ମାତା କି ଜୟ ନାରା’ରେ ଗୁଞ୍ଜରିତ ହେବ ଗଗନ ପବନ। ତେବେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଥିବା ବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟମରେ ଏକତାର ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରୁ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ଏଥିରେ ବିଭିନ୍ନ ସ୍କୁଲ କଲେଜ ଓ ବିଭିନ୍ନ ଅନୁଷ୍ଠାନ ସମେତ, ଅନେକ ସମାଜସେବୀ, ବୁଦ୍ଧିଜୀବୀ, ମିଶନ ଶକ୍ତିମହିଳା ଯୋଗଦେଇ ଲୋକଙ୍କୁ ଘର ଘର ତ୍ରିରଙ୍ଗା ଉଡ଼ାଇବା ଓ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ କରିବାକୁ ସଚେତନ କରିଥିଲେ। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ସଦସ୍ୟା ପରିକ୍ଷିତ ନାଏକ, ସମାଜସେବୀ ହରିଶଙ୍କର ପାତ୍ର, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଙ୍କଜ ବଳିଆର ସିଂ, ଜିପିଓ ପ୍ରଦିପ କୁମାର ଠାକୁର, ଏପିଈଓ ସଂଜୀବ ପରିଡ଼ା, ବରିଷ୍ଠ କିରାଣୀ ଜନଜୀବନ ମାଝୀ, ବିପିଏ ଜିତୁ ପୋଢ, ବିଶ୍ଵନାଥପୁର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ସାହୁ, ବନ୍ଧପାରୀ ଗ୍ରାମ ରୋଜଗାର ସେବକ ରାଜପ୍ରସାଦ ବେହେରା, ପୋଖରୀବନ୍ଧ ଏଡିଓ ମିନକେତନ ଦଳେଇ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷୀରେଶ୍ୱର ପଧାନଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।