ଯୁବ ରେଡକ୍ରସ ସ୍ବେଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାସ୍ଥିତ ସର୍ଵମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କ ପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଇଣ୍ଡକ୍ସନ୍ ଟ୍ରେନିଂ ପ୍ରୋଗ୍ରାମ) ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ରେଡକ୍ରସ୍ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି ଓ ଲିଙ୍ଗେଶ୍ୱର ମେହେର ଯୋଗଦେଇ ଛାତ୍ର-ଛାତ୍ରୀମାନଙ୍କୁ ଉତ୍ତମ ଅଧ୍ୟୟନ ଜାରି ରଖିବା ସହ ବ୍ୟକ୍ତିତ୍ୱର ବିକାଶ ପାଇଁ ସମାଜ ସେବା ତଥା ମାନବ କଲ୍ୟାଣରେ ବ୍ରତୀ ହେବାପାଇଁ ଆହ୍ଵାନ ଦେଇଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା କଳାହାଣ୍ଡି ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା +୨ ପ୍ରଥମ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି, ଚିହ୍ନ, ବୃକ୍ଷରୋପଣ ତଥା ରକ୍ତଦାନର ମହତ୍ତ୍ୱ ଏବଂ ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ।

 

ଅଧ୍ୟାପକ କ୍ଷିରସିନ୍ଧୁ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ଯକ୍ରମକୁ ସଫଳ ରୂପ ଦେବାରେ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ ଏବଂ ଯୁବ ରେଡକ୍ରସର +୨ ଦ୍ୱିତୀୟ ବର୍ଷର ସ୍ୱେଚ୍ଛାସେବୀ ଛାତ୍ର-ଛାତ୍ରୀମାନେ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.