ଏନଆରବିସି ଶିକ୍ଷକ ସଂଘର ଜରୁରୀ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ଶିଶୁମନ୍ଦିର ପ୍ରାଙ୍ଗଣରେ ରବିବାର ଏନଆରବିସି ସଙ୍ଘ କୋକସରା ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଚୈତନ୍ୟ ପୁଞ୍ଜିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଦୁର୍ବାଦଳ ପଟେଲ ଏନ ଆର ବିଶି ଶିକ୍ଷକ ଙ୍କ ପୁନଃ ନିଯୁକ୍ତି ପାଇଁ ଆଗାମୀ ଦିନରେ ପଦକ୍ଷେପ ନେବା ପାଇଁ ଆଲୋଚନା କରି ପ୍ରେରଣା ଦେଇଥିଲେ। ସୂଚନାଯୋଗ୍ୟ ଯେ ନିୟୋଜିତ ଥିବା ଆରପି ମାନେ ୬ ରୁ ୧୪ବର୍ଷ ମଧ୍ୟରେ ଥିବା ଡ୍ରପଆଉଟ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରି ମୁଖ୍ୟସ୍ରୋତରେ ସାମିଲ କରିଥିଲେ।

ବୈଠକରେ ୨୦୦୭-୦୮ ଶିକ୍ଷା ବର୍ଷର ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଏନଆରବିସି /ଆରବିସି ଶିକ୍ଷକ ମାନଙ୍କର ଛଟେଇ ହୋଇ ରହିଥିବା ଯୋଗୁଁ ଶିକ୍ଷକ ଭାବେ ପୁନଃ ନିଯୁକ୍ତି ପାଇଁ ଆଲୋଚନା କରାଯାଇଥିଲା। ଓପେପା ଚିଠି ନଂ ୯୫୪୫/ଇଜିଏସ ତାରିଖ ୨୭/୧୨/୨୦୦୬ ଏହି ଚିଠି ନଂ ଅନୁସାରେ ନିଯୁକ୍ତି ପ୍ରଦାନ କରି ୨୦୦୭ ମସିହା ଡିସେମ୍ବର ଯାଏଁ ନିଯୁକ୍ତି କରାଇ ଛଟେଇ କରିଥିଲେ। ତେବେ ସମସ୍ତ ଏନଆରବିସି/ ଆରବିସିରୁ ଛଟେଇ ହୋଇ ରହିଥିବା ଶିକ୍ଷକ ମାନେ ପୁନଃ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଁ ଉକ୍ତ ବିଷୟ ପ୍ରତି ଗଣଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଂଘ ତରଫରୁ ନିଷ୍ପତି ନିଆଯାଇଛି। ବୈଠକରେ ଆରପି ତନୁକଲାଲ ନାଗ, ହିରଣ୍ୟ ବେହେରା, ରୁପେନ୍ଦ୍ର ସୁନାନୀ, ହୃଦୟ ମଣି ସୁନା, ହୋମ ପ୍ରକାଶ ନାଏକ, ବିଘ୍ନ ବିହାରୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.