ମାରୱାଡି ଯୁବାମଞ୍ଚ ପକ୍ଷରୁ ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ କାର୍ଯ୍ଯକ୍ରମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ ଲକ୍ଷ୍ୟ ନେଇ ଆଜି ସୁବର୍ଣ୍ଣପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ମାରୱାଡି ଧର୍ମଶାଳା ଠାରେ ଏକ ସଚେତନତା ସଭା ଓ ସାଇକଲ ରାଲି ର ଆୟୋଜନ ହୋଇଯାଇଛି। ଏହି ସାଇକ୍ଲୋଥନ ରାଲି କୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ ଶୁଭ ଉଦ୍ଘାଟନ କରି ପ୍ରତ୍ୟହ ସାଇକଲ ଚଲାଇ ସୁସ୍ଥ ରହିବାକୁ ଓ ନିଜକୁ ଫିଟ୍ ରହିବାକୁ ପରାମର୍ଶ ଦେବା ସହ ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ ଏକ ସ୍ଵସ୍ଥ ଭାରତ ଗଠନରେ ଯୁବ ଶକ୍ତି ର ଉଲ୍ଲେଖନୀୟ ଅବଦାନ ରହିଆସିଥିବା କହିଥିଲେ।

ଯୁବାମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାରୱାଡି ଯୁବାମଞ୍ଚର ପ୍ରଦେଶ ଉପାଧ୍ୟକ୍ଷ ରାକେଶ ଅଗ୍ରୱାଲ, ସୋନପୁର ସମାଜ ସଭାପତି ଗୋପାଳ ଭୁତ ଓ ଭାରତ ଭ୍ରମଣର ସାଇକଲ ଯାତ୍ରୀ ସତ୍ୟ ନାରାୟଣ ବାଗ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ। ଇଭେଣ୍ଟ କନ୍ ଭେନର ତଥା ଏନସିସି ଲ୍ୟାଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ ସଭା ସଂଯୋଜନା କରିଥିବା ବେଳେ ଭାରତ ଭ୍ରମଣରେ ସାଇକଲ ଯାତ୍ରା କରିଥିବା ପ୍ରାକ୍ତନ ଏନସିସି ଛାତ୍ର ସତ୍ୟ ନାରାୟଣ ବାଗ ଙ୍କୁ ଏସପିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

ସାରା ଭାରତରେ ଆଜି ମାରୱାଡି ଯୁବା ମଞ୍ଚ ପକ୍ଷରୁ ୮୫୧ ଟି ସହରରେ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିବା ବେଳେ ୧ ଲକ୍ଷ ୫୦ ହଜାର ପ୍ରତିଯୋଗୀଙ୍କୁ ଏଥିରେ ସାମିଲ୍ କରଯାଇଥିବା ବିଷୟ ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ରାକେଶ ଅଗ୍ରୱାଲା ପ୍ରକାଶ କରିଛନ୍ତି। ଯୁବାମଞ୍ଚର ବରିଷ୍ଠ ସଦସ୍ୟ ନନ୍ଦ କିଶୋର କମାଣୀ, ସମ୍ପାଦକ ଅଙ୍କିତ ଅଗ୍ରୱାଲ, ଉପାଧ୍ୟକ୍ଷ ରଜତ ଅଗ୍ରୱାଲା, ପ୍ରାକ୍ତନ ସଭାପତି ଅମିତ ଅଗ୍ରୱାଲା, ସୌରଭ ଶର୍ମା, ଅଶୋକ ଭୁତ, ପ୍ରହଲ୍ଲାଦ, ରାଘବ ଡ଼ା, ଆକାଶ ଅଗ୍ରୱାଲ, ଯୁବା ମଞ୍ଚ ର ସମସ୍ତ ଯୁବା ସାଥୀ ସମେତ ସୋନପୁର ପୋଲିସ ଟିମ୍, ମେଡିକାଲ୍ ଟିମ୍ ଓ ସ୍ୱଚ୍ଛ ଭାରତ ସଂଗଠନ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସାଇକଲ ଶୋଭାଯାତ୍ରାରେ କଲେଜ ଏନସିସି ଓ ମାରୱାଡି ଯୁବାମଞ୍ଚର ସମସ୍ତ ସାଥୀ ସାମିଲ୍ ରହି ସହର ବାସୀ ଙ୍କୁ ଫିଟ୍ ଭାରତ ସ୍ଵସ୍ଥ ଭାରତ ର ବାର୍ତ୍ତା ପହଞ୍ଚାଇଥିଲେ। ଏଥିରେ ସ୍ବଚ୍ଛ ଭାରତ, ଚନ୍ଦ୍ରିକା ସେବା ଟ୍ରଷ୍ଟ, ବରିଷ୍ଠ ନାଗରିକ ସମେତ ସହରର ବିଭିନ୍ନ ସ୍ବେଛାସେବୀ ସଂଗଠନ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.