ନର୍ଲା : ମହିଳାଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ ପ୍ରସଙ୍ଗ; ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଞ୍ଚଳର ଜଣେ ମହିଳାଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ କରିଥିବା ଘଟଣାରେ ରୁପ୍ରାରୋଡର ସାମ୍ବାଦିକ ସଞ୍ଜୀବ ଦାସ, ତୁଳାଗାଁର ରେଳବାଇ କର୍ମଚାରୀ କିରଣ ମହାନନ୍ଦ, ଅର୍ଜୁନ ଗାଁର ଡ୍ରାଇଭର ମହେଶ ସା ଏହି ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ଫଟୋକୁ ଏଡିଟିଙ୍ଗ କରି କିଛି ଯୁବକ ଭାଇରାଲ କରିଥିବା ସାଇବର ଥାନାରେ ଅଭିଯୋଗ କରିବା ସହ ନର୍ଲା ଥାନାରେ ଏତଲା ଦାଏର କରିଥିଲେ। ଏହାକୁ ନେଇ ସଂପୃକ୍ତ ମହିଳା ଜଣକ କଳାହାଣ୍ଡି ଏସପିଙ୍କ ପାଖରେ ମଧ୍ୟ ଗୁହାରୀ କରିଥିଲେ। କଳାହାଣ୍ଡି ଏସପି ଘଟଣାକୁ ଗମ୍ଭିରତାର ସହ ନେଇ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ମହିଳାଙ୍କର ଅଭିଯୋଗକୁ ଆଧାର କରି ନର୍ଲା ଥାନାରେ ଅର୍ଜୁନ ଗାଁର ମହେଶ ସା, ରୁପ୍ରାରୋଡର ଆଶୁତୋଷ ଅଗ୍ରୱାଲ, ରୁପ୍ରାରୋଡ ବାସିନ୍ଦା ତଥା ନର୍ଲା ସାମ୍ବାଦିକ ସଂଘ (ଓଜେୟୁ) କୋଷାଧ୍ୟକ୍ଷ ସଞ୍ଜିବ ଦାସ, ତୁଲାଗାଁର କିରଣ ମହାନନ୍ଦ ପ୍ରମୁଖଙ୍କ ନାମରେ କେସ ନଂ ୦୧୯୯ ତାରିଖ ୩୧/୦୮/୨୦୨୪ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ୬୬(ଇ) ଓ ୬୭(ଏ) ଆଧାରରେ ରେ ଏତଲା ଦାଏର ହୋଇଥିଲା। ଏମାନଙ୍କ ମଧ୍ୟରୁ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ତିନି ଜଣ ଆସାମୀ ନର୍ଲାର କପଡା ବ୍ୟବସାୟୀ ମଣ୍ଟୁ ଦାସ, ରୁପ୍ରାରୋଡର ରୋମାଞ୍ଚାଲ ଡାକୁଆ ଓରଫ ମିଟୁ ଡାକୁଆ, ଆଉ ଜଣେ ରୁପ୍ରାରୋଡ଼ର ହାର୍ଡୱେର ବ୍ୟବସାୟୀ ଆଶୁ ଅଗ୍ରୱାଲ ଫେରାର ରହିଛନ୍ତି।

Omkar Vasthu
Omkar Vasthu

ଏଠାରେ ପ୍ରକାଶ ଯୋଗ୍ୟ ଯେ ଶୁକ୍ରବାର ସଂଧ୍ୟାରେ ମହିଳା ଜଣକ ଏତେଲା ଦେବାକୁ ଯାଇଥିବା ଦିନ ନର୍ଲା ଆଇଆଇସି ପୀଡ଼ିତା ମହିଳାଙ୍କୁ କିଛି ଲୋକଙ୍କ ସାମ୍ନାରେ ତାଙ୍କ ଚରିତ୍ରକୁ ନେଇ ଉପହାସ ନକରି ଘଟଣାକୁ ଗୁରୁତର ସହ ନେଇଥାନ୍ତେ ତାହେଲେ ଏହି ତିନିଜଣ ମଧ୍ଯ ଫେରାର ହେବାର ସୁଯୋଗ ପାଇନଥାନ୍ତେ ବୋଲି ଅଭିଯୋଗକାରିଣୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏସଂପର୍କରେ ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନଙ୍କୁ ନାମ ପ୍ରକାଶ କରିବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ଏତଲା ସମୟରେ ରୁପ୍ରାରୋଡର ରୋମାଞ୍ଚଳ ଡାକୁଆ (ମିଟୁ)ଙ୍କ ନାମ ଦେଇଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଉପରୋକ୍ତ ୫ ଅଭିଯୁକ୍ତଙ୍କ ନାମ ଭିତରେ ତାଙ୍କ ନାମ ରହିନାହିଁ କିମ୍ବା ପୋଲିସ ପକ୍ଷରୁ ମିଟୁ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଅଭିଯୋଗକାରିଣୀ ମହିଳା ଜଣକ। ଏହାସହ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଇନ ଅନୁସାରେ ଦଣ୍ଡିତ କରିବାକୁ ସେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.