ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ସାତ ଦିନ ପରେ ଗାଁକୁ ଫେରିଲା ମୃତଦେହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଦିନକୁ ଦିନ ଦାଦନ ସମସ୍ୟା ଥମିବାର ନା ନେଉନାହିଁ। ଲାଞ୍ଜିଗଡ଼ ଅଞ୍ଚଳରେ ବିଭିନ୍ନ ସମୟରେ ଦାଦାକୁ ନେଇଁ ସମାଲୋଚନା ଜାରି ରହି ଥିବା ବେଳେ ଏବେ ପୁଣି ଦାଦନ ଶ୍ରମିକଙ୍କ ମୃତକୁ ନେଇଁ ଆଲୋଚନା ଜୋରଧରିଛି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁ ତ୍ରିପୁର ଠାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଦାଦନ ଶ୍ରମିକ ଜଣକ ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ବୋଲି ଜଣାପଡ଼ିଥିଲା।

Omkar Vasthu
Omkar Vasthu

ଗତ ଏକ ବର୍ଷ ତଳେ ପରିବାର ଭରଣପୋଷଣ ପାଇଁ ତାମିଲନାଡୁ ତ୍ରିପୁରର ଏକ ଘରୋଇ କ୍ରସର କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରି ଆସୁଥିଲେ। ହେଲେ ଗତ ଅଗଷ୍ଟ ମାସ ୨୯ ତାରିଖ ଗୁରବାର ବିଳମ୍ବିତ ରାତିରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପରିବାର ଲୋକେ ଖବର ପାଇ ମର ଶରୀରକୁ ଜନ୍ମମାଟି ଦୋରସାର୍ଲି ଗାଁକୁ ଆଣିବା ପାଇଁ ପ୍ରଥମେ ଶ୍ରମ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଜଣାଇଲା ପରେ ମଧ୍ୟ୍ୟ ମୃତ ଶ୍ରମିକଙ୍କ ମର ଶରୀର ଗାଁକୁ ଆସି ପାରିନଥିଲା। ଏହାପରେ ପୁଣି କଳାହାଣ୍ଡି ଜିଲ୍ଲାପାଳ ଓ ପରେ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓଙ୍କୁ ଗୁହାରି କରିଥିଲେ ପରିବାର ଲୋକେ। ଗୁହାରି ପରେ କଳାହାଣ୍ଡି ସାଂସଦଙ୍କ ହସ୍ତକ୍ଷେପ ପରେ ମୃତ ଶରୀର ୭ଦିନ ପରେ ନିଜ ଜନ୍ମମାଟି ଦୋରାସାର୍ଲି ଗାଁକୁ ପହଞ୍ଚିଥିଲା। ମୃତ ଶରୀର ପହଞ୍ଚିଲା ପରେ ଗାଁରେ ଶୋକାକୁଳ ପରିବେଶ ଉପୁଜିଥିଲା। ତେବେ ଦୈନଦିନ ଲାଞ୍ଜିଗଡ଼ ଅଞ୍ଚଳରେ ଦାଦନ ମୃତ୍ୟୁ ହାର ବୃଦ୍ଧି ପାଉଥିବା ବେଳେ ଶ୍ରମ ବିଭାଗର ନିଘା ରହୁ ନଥିବା ନେଇଁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ଲାଞ୍ଜିଗଡ଼ ଅଞ୍ଚଳରେ ସଦାସର୍ବଦା ଦାଦନ ଶ୍ରମିକ ସମସ୍ୟା ଲାଗି ରହିଥିବା ବେଳେ ପ୍ରସାସନ କିନ୍ତୁ ନିରବ ରହୁଥିବା ନେଇଁ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି। ଭୋଟ ସମୟରେ ଅନେକ ନେତା ମନ୍ତ୍ରୀ ଲୋକଙ୍କ ପାଖକୁ ପହଞ୍ଚି ଅନେକ ପ୍ରତିଶୃତି ଦେଇ ଥାନ୍ତି କିନ୍ତୁ ଜଣେ ଦାଦନ ଶ୍ରମିକ ବାହାର ରାଜ୍ୟରେ ମୃତ୍ୟୁ ଘଟିଲା କିନ୍ତୁ ନେତା, ମନ୍ତ୍ରୀଙ୍କୁ ଗୁହାରି କଲାପରେ ମଧ୍ୟ୍ୟ ନେତା ମନ୍ତ୍ରୀ ଧରାଛୁଆଁ ଦେଲେନି ବୋଲି ମୃତକଙ୍କ ପରିବାର ମତପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜଣେ ଗରିବ ଦାଦନ ଶ୍ରମିକଙ୍କ ମୃତ ଦେହ ମୃତ୍ୟୁର ସାତ ଦିନ ପରେ ଗାଁକୁ ପହଞ୍ଚି ଥିବା ବେଳେ ଦାଦନ ଉପରରେ ନେତା ମନ୍ତ୍ରୀଙ୍କ କାହାରି ପାଟିରୁ ଶବ୍ଦଟିଏ ବାହାରି ପାରୁନଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପରିବାର କହିଲେ ସ୍ତ୍ରୀ, ଓ ଏକ ବର୍ଷ ପୁଅ ସମେତ ସାନ ଭାଇ ସମୀରକୁ ଛାଡ଼ି ଦେଲେ ନିଜର ବୋଲି କେହି ନଥିବା ବେଳେ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସ୍ଥିତି ବାଧକ ସାଜୁଛି। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆର୍ଥିକ ସହଯୋଗ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଲାଞ୍ଜିଗଡ଼ର ପରିଚୟ କେବଳ ଦାଦନ ଅଞ୍ଚଳ ପରିଚୟ ଭିତରେ ରହିବ ନା ଅଞ୍ଚଳର ଭାଗ୍ୟ ପରିବର୍ତନ ହେବ ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.