ନୂଆଗାଁରେ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁର ଗୌନ୍ତିଆ ଦୂତିବାମନ ପଣ୍ଡାଙ୍କ ଘରେ ନବାନ୍ନ ଭକ୍ଷଣ କରିସାରିବା ପରେ ପରେ ଜଗନ୍ନାଥ ମନ୍ଦିର ବେଢାରେ ଗ୍ରାମର ସମସ୍ତ ପରିବାର ସହ ନୂଆଖାଇ ଭେଟଘାଟ ପାଳିତ ହୋଇଛି। ପରିବାରର ବୟୋଜ୍ୟେଷ୍ଠ ପରମାନନ୍ଦ ପଣ୍ଡାଙ୍କ ନେତୃତ୍ବରେ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶଶାଙ୍କ ପଣ୍ଡାଙ୍କ ବାସଗୃହରେ ପର୍ଯ୍ଯାୟ କ୍ରମେ ଏବର୍ଷର ସମ୍ବର୍ଦ୍ଧନା ଭାବଗ୍ରାହୀ ପଣ୍ଡା ଏବଂ ବିଜୟା ପଣ୍ଡାଙ୍କୁ ପରିବାର ତରଫରୁ ବିଶିକେଶନ ପଣ୍ଡା ଏବଂ ସୁଧା ମଞ୍ଜରୀ ପଣ୍ଡା ପ୍ରଦାନ କରି ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଭବାନୀ ପଣ୍ଡା ଏବଂ ସୁଦେଷ୍ଣା ପଣ୍ଡା। ପରେ ପରିବାରର ମହିଳାମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜାଗ୍ରୁତି, ଅପୂର୍ବା, ଅଭିଷେକ, ଗତିକ୍ରୁଷ୍ଣ, ଡିପନ, ଶ୍ରୀୟାଂସ, ନିକନ୍, ଯୋଯୋ, ଦୀପନ, ସିପନ ଏବଂ ସ୍ନେହା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ପରିବାର ମୁଖିଆ ପରମାନନ୍ଦ ପଣ୍ଡା ଙ୍କ ଗ୍ରୁହ ରେ ଭୋଜିର ଆୟୋଜନ କରାଯାଇଥିଲା। ପ୍ରାୟ ଷାଠିଏ ଜଣ ପରିବାରର ସଦସ୍ଯ ସଦସ୍ୟାମାନେ ଦୂର ଦୁରାନ୍ତରୁ ଆସି ଏହି ପର୍ବ ରେ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.