ହଜି ଗଲାଣି ଆଈ ମା କାହାଣୀ ପୁସ୍ତକ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଲେଖକ ତଥା ଗାଳ୍ପିକ ରବିନାରାୟଣ ପଟ୍ଟନାୟକଙ୍କ ଗଳ୍ପ ସଂକଳନ ହଜି ଗଲାଣି ଆଈ ମା କାହାଣୀ ପୁସ୍ତକ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ରବିନାରାୟଣ ପଟ୍ଟନାୟକଙ୍କ ଦ୍ଵାରା ଲିଖିତ ଏବଂ ପଶ୍ଚିମା ପବ୍ଲିକେସନ ଦ୍ଵାରା ପ୍ରକାଶିତ ପୁସ୍ତକରେ ୩୮ ଟି ଗଳ୍ପ ସଂକଳନ ସ୍ଥାନିତ ହୋଇଛି । ଏହି ପୁସ୍ତକଟି ଓଡ଼ିଶାର ବିଭିନ୍ନ ପୁସ୍ତକ ଭଣ୍ଡାର ସହ ଅନଲାଇନ୍ କ୍ରୟ ନିମନ୍ତେ ଆମାଜୋନରେ ଉପଲବ୍ଧ ହେଉଛି । ଶ୍ରୀ ପଟ୍ଟନାୟକ ହେଉଛନ୍ତି ଭୁବନେଶ୍ୱରରେ ଜନ୍ମିତ ମାତା ବାସନ୍ତୀ ପଟ୍ଟନାୟକ ଓ ପିତା ଡା. ରାମଚନ୍ଦ୍ର ପଟ୍ଟନାୟକଙ୍କ ସୁପୁତ୍ର । ବର୍ତମାନ ସୁଦ୍ଧା ସେ ବିଭିନ୍ନ ଖବର କାଗଜରେ ୨୦୦ ରୁ ଉର୍ଦ୍ଧ ସ୍ତମ୍ଭ ଓ ଗଳ୍ପ ଲେଖି ସାରିଛନ୍ତି । ଏହି ପୁସ୍ତକଟି ସମସ୍ତଙ୍କୁ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.