କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ: ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେବେ ସରପଞ୍ଚ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଚାଞ୍ଚେର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ଉପସଭାନେତ୍ରୀ ଅଞ୍ଜୁ କୁମାର ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଆସନ୍ତା ସେପ୍ଟେମ୍ୱର ୧୭ରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୧. ଆମ ଓଡିଶା ନବିନ ଓଡିଶା ସଚେତନ କାର୍ଯ୍ୟକ୍ରମ, ରଥ ପରିକ୍ରମା ଏବଂ ନୂଆଁ ଓ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ହେରଫେର କରି ବ୍ଲକ କର୍ତ୍ତୃପକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଆମର ଦାବୀ।

୨. ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଟ.୨,୫୦,୦୦୦/- (ଦୁଇ ଲକ୍ଷ ପଚାଶ ହଜାର ଟଙ୍କା) ର ଖେଳ ସାମଗ୍ରୀ ଦେବା ପାଇଁ ଆମ ଓଡିଶା ନବିନ ଓଡିଶା ଯୋଜନାର ଲୋକ ପ୍ରତିନିଧୁମାନଙ୍କର ମତକୁ ଅସ୍ବିକାର କରି ବ୍ଲକ କର୍ତ୍ତୃପକ୍ଷ ନିଜର ମନମୁତାବିକ ଟେଣ୍ଡର କରିଥିଲେ। ଖେଳ ସାମଗ୍ରୀ ଗୁଡିକ କେସିଙ୍ଗା ବ୍ଲକ ଗ୍ରାମ ପଞ୍ଚାୟତମାନଙ୍କୁ ଠିକ୍ ହିସାବରେ ଦିଆଯାଇ ନାହିଁ। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଆମର ଦାବୀ।

୩. ସରପଞ୍ଚ, ସମିତି ସଭ୍ୟମାନଙ୍କୁ ଅଣଦେଖା କରି ଠିକ୍ ସମୟରେ ସମିତି ବୈଠକ ନକରିବା ଠିକାଦାରମାନଙ୍କୁ ହଇରଣା କରି ବିଲମ୍ବରେ ବିଲ କରିବା, ଏମଜିଏନ ଆରଇଜିଏ କାର୍ଯ୍ୟ ଆଜିକୁ ପ୍ରାୟ ଅଢେଇ ବର୍ଷ ହେଲା କୌଣସି କାମକୁ ଏପ୍ରୁଭ ନକରିବା, ପଦବୀର ଅପବ୍ୟବହାର ଏବଂ ମନମୁଖୀ କାର୍ଯ୍ୟ କରିବା, ଅସାଧୁ ଉପାୟରେ ଅତ୍ୟଧିକ ପିସି କାରବାର କରି ଟଙ୍କା ଆତ୍ମସାତ କରିବା ଆଦି ଅଭିଯୋଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଆମର ଦାବୀ।

୪. ଫାଇବ୍-ଟି ଯୋଜନାରେ ହାଇସ୍କୁଲ ମାନଙ୍କର କାର୍ଯ୍ୟ ଶେଷ କରିଥିବା ଠିକାଦାରମାନଙ୍କୁ ଆଜିକୁ ପ୍ରାୟ ଦୁଇ ବର୍ଷ ହେଲା ଜାଣି ଶୁଣି ଟଙ୍କା ଦେବାରେ ଅବହେଲା କରି ହଇରାଣ କରୁଛନ୍ତି ଏବଂ ଜନସାଧାରଣଙ୍କର ଅଭିଯୋଗ ଠିକ୍ ସମୟରେ ବ୍ଲକ କର୍ତ୍ତୃପକ୍ଷ ଅଫିସ ମଧ୍ୟ ଆସୁ ନାହାନ୍ତି। ଏଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଆମର ଦାବୀ ବୋଲି ସରପଞ୍ଚ ଶ୍ରୀମତୀ କୁମାର ଦାବୀ କରିଛନ୍ତି। ତେଣୁ ଲୋକ ପ୍ରତିନିଧ‌ି ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଜନସାଧାରଣଙ୍କର ଦାବୀ ଅନୁସାରେ ଏସବୁ ଦାବୀ ଗୁଡିକ ପୂରଣ କରିବା ପାଇଁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଚାଞ୍ଚେର ସରପଞ୍ଚ ଅଞ୍ଜୁ କୁମାର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.