ପରୀକ୍ଷା ମୂଳକ ଭାବରେ ଗଡିଲା ବନ୍ଦେ ଭାରତ ଟ୍ରେନ୍

ସେପ୍ଟେମ୍ବର ୧୫ ରୁ ପ୍ରତ୍ୟହ ସେବା ଯୋଗାଇବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବନ୍ଦେ ଭାରତ ଟ୍ରେନ। ବିଶାଖପାଟଣାରୁ ଦୁର୍ଗ ଟ୍ରେନ ନଂ ୨୦୮୩୦ ଓ ଦୁର୍ଗ ରୁ ବିଶାଖାପାଟଣା ଟ୍ରେନ ନଂ ୨୦୮୨୯ ରହିଛି। ଆସନ୍ତା ୧୫ ରୁ ଏହା ବିଧିବଦ୍ଧ ଭାବରେ ପ୍ରତ୍ୟହ ଚାଲିବାର ପ୍ରାବଧାନ ରହିଥିବା ବେଳେ ଶୁକ୍ରବାର ଠାରୁ ଏହା ପରୀକ୍ଷଣ ଭାବରେ ଭୟା ଟିଟିଲାଗଡ ଦେଇ ଯାତ୍ରା ଆରମ୍ଭ କରିଛି।

Omkar Vasthu
Omkar Vasthu

ବିଶାଖପାଟଣାରୁ ଦୁର୍ଗ ମଧ୍ୟରେ ବିଜୟନଗରମ, ରାୟଗଡ଼ା, କେସିଙ୍ଗା, ଟିଟିଲାଗଡ, କଣ୍ଟାବାଞ୍ଜି, ଖରିଆରରୋଡ଼, ମହାସମୁନ୍ଦ, ରାୟପୁର ଷ୍ଟେସନରେ ଏହାର ରହଣୀ ରହିଛି। ୧୬ ଗୋଟି ଶୀତତାପ ନିୟନ୍ତ୍ରିତ କୋଚ ସହିତ ଦୁଇପଟେ ଦୁଇଟି ଇଞ୍ଜିନ ସଂଯୁକ୍ତ ହୋଇ ରହିଥିବା ବେଳେ ସମସ୍ତ କୋଚ ଚେୟାର କାର ଯୁକ୍ତ ରହିଛି। ଅତ୍ୟାଧୁନିକ, ମନଲୋଭା ଓ ଆକର୍ଷଣୀୟ ରହିଛି ଏହି ଭାରତ ବନ୍ଦେ ଟ୍ରେନର ରୂପରେଖ। ୧୧୦ ରୁ ୧୩୦ କିମି ଘଣ୍ଟା ପ୍ରତି ବେଗରେ ଏହି ରାସ୍ତାରେ ଗତି କରିବ ବୋଲି ଜଣାପଡ଼ିଛି। ଏହି ଟ୍ରେନଟି ସପ୍ତାହର କେବଳ ଗୁରୁବାର ଦିନକୁ ବାଦ ଦେଲେ ବାକି ୬ ଦିନ ଦୁଇ ପଟରୁ ଚାଲିବ। ଜିଲ୍ଲାର ଗୋଟିଏ ହିଁ ଷ୍ଟେସନରେ ଏହାର ରହଣୀ ରହିଛି। ଏହି କ୍ରମରେ କଳାହାଣ୍ଡିର କେସିଙ୍ଗା ଷ୍ଟେସନରେ ଏହାର ଷ୍ଟପେଜ୍ ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହା ବିଶାଖପାଟଣାରୁ ଅପରାହ୍ନ ୨.୫୦ ରେ ବହାରି ଦୁର୍ଗରେ ରାତି ୮.୫୦ ରେ ପହଞ୍ଚିବ। ସେହିଭଳି ଦୁର୍ଗରୁ ସକାଳ ୫.୪୫ ରେ ଛାଡ଼ିବ ଓ ମଧ୍ୟାହ୍ନ ୧.୪୫ ରେ ବିଶାଖାପାଟଣାରେ ପହଞ୍ଚିବ ବୋଲି ବିଭାଗ ଦ୍ଵାରା ପ୍ରକାଶିତ ଏହାର ସମୟ ସାରଣୀ ତାଲିକାରୁ ଜଣାପଡ଼ିଛି। ନର୍ଲାରୋଡ଼ ଷ୍ଟେସନରେ ଏହାର ରହଣୀ ନଥିଲେ ମଧ୍ୟ ପରୀକ୍ଷା ମୂଳକ ଭାବରେ ଚାଲିଥିବା ବନ୍ଦେ ଭାରତ ଟ୍ରେନ ଶୁକ୍ରବାର ସନ୍ଧ୍ୟା ୬.୪୦ ରେ ଏହି ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଟ୍ରେନଟି ପରୀକ୍ଷା ମୂଳକ ଭାବରେ ଚାଲିଥିବାରୁ ଏଥିରେ କେହି ଯାତ୍ରୀ ନଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.