ଲୁଟ ଘଟଣାର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ; ୩ ଡକାୟତ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଗତ ଏପ୍ରିଲ ୧୦ ତାରିଖ ଦିନ ଭବାନୀପାଟଣା ଏକ୍ସିସ ବେଙ୍କ ର ସୁଶାନ୍ତ କୁମାର ନାଏକ ନାମକ ଜଣେ କର୍ମଚାରୀ ଏବଂ ତାଙ୍କ ସହକର୍ମୀ ଲୋନ ଟଙ୍କା କଲେକ୍ସନ ପାଇଁ ଜୁନାଗଡ଼ ବ୍ଲକର ନାନ୍ଦୋଲ, କେନ୍ଦୁପାଟି ଅଂଚଳକୁ ଯାଇଥିଲେ I ଅପରାହ୍ନ ୪ଟା ସମୟରେ ଲୋନ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ତଲ ଜାରିଙ୍ଗ ରେଲୱେ ଅଣ୍ଡର ବ୍ରିଜ ନିକଟରେ ୭ଜଣ ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ, ମାଡ଼ ମାରିବା ସହ ସଂଗ୍ରହ କରିଥିବା ୧ ଲକ୍ଷ୍ ୮୬ ହଜାର ଟଙ୍କା ଲୁଟ କରି ଚମ୍ପଟ ମାରି ଥିଲେ I ଏନେଇ ସୁଶାନ୍ତ ନାଏକ ଜୁନାଗଡ଼ ଥାନା କୁ ଆସି ଲିଖୂତ ଅଭିଯୋଗ କରିଥିଲେ ।

ଏ ସଂକ୍ରାନ୍ତରେ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନୁ ଚଳାଇଥିଲେ I ଶୁକ୍ରବାର ଦିନ ଜୁନାଗଡ଼ ଥାନା ଅଧୂକାରୀ ନିଜ ଟିମ ସହ ୩ ଜଣ ଲୁଟେରାକୁ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ଗିରଫ ଲୁଟେରା ଙ୍କ ଠାରୁ ଗୋଟିଏ ଗ୍ଲେମର ବାଇକ, ୩ ଗୋଟି ମୋବାଇଲ ଫୋନ ଏବଂ ୬୫ ହଜାର ନଗଦ ଟଙ୍କା ଯବତ କରିବା ସହ ୩ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଜୁନାଗଡ଼ ଥାନା ଅଧୂକାରୀ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.