ନିଖୋଜ କୁଲଦୀପଙ୍କ ଗଳିତ ଶବ ମହାନଦୀରୁ ୨୧ ଦିନ ପରେ ଉଦ୍ଧାର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ୧ ତାରିଖ ରବିବାର ରାତିରେ ବଲାଙ୍ଗୀରର ଜଣେ ଯୁବକ କୁଲଦୀପ ପାଢ଼ୀ ମହାନଦୀ ବ୍ରିଜ ଉପରେ ନିଜର ବାଇକ୍ ରଖି ନିଖୋଜ ହୋଇଥିବା ବେଳେ ତାଙ୍କ ଗଳିତ ଶବ ଆଜି ଦୀର୍ଘ ୨୧ ଦିନ ପରେ ଉଦ୍ଧାର ହୋଇଛି।

ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୧ ତାରିଖ ରବିବାର ରାତିରେ ସୋନପୁର ସଦର ପୋଲିସର ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ପୋଲ ଉପରୁ ଏକ ଟିଭିଏସ ଆପାଚି ବାଇକ ଓଡି୦୩ଏଚ- ୨୮୨୪ ସହ ଏକ ହଳ ଜୋତା ଓ ଡିକି ରେ ଥିବା ମୋବାଇଲ ଉଦ୍ଧାର କରିଥିବା ବେଳେ ପାଖରେ କେହି ନ ଥିବା ଦେଖିଥିଲେ। ଏ ନେଇ ପୋଲ ଉପରେ ବାଇକ୍ ରଖି କେହି ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଥିବା ବେଳେ ପରେ ଯୁବକ ଜଣଙ୍କ ବଲାଙ୍ଗୀର ର କୁଲଦୀପ ପାଢ଼ୀ ବୋଲି ଜଣା ପଡିଥିଲା। ପରେ ଫାୟାର ଓ ଓଡ୍ରାଫ୍ଟ ଟିମ ଦୁଇ ଦିନ ଧରି ନଦୀ ଗର୍ଭ ରେ ତଲାସି ଥିବା ବେଳେ କୁଲଦୀପ ଙ୍କ ପତ୍ତା ମିଳି ନ ଥିଲା। ପରେ ଯୁବକ ଜଣକ ପୋଲ ଉପରୁ ଡେଇଁଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ନ ଥିବା ବେଳେ ସୋନପୁର ପୋଲିସ ତଦନ୍ତ ଚାଲେଇଥିବା ଆଇଆଇସି ରମେଶ କୁମାର ମାହାନା କହିଥିଲେ। ଓ ବଲାଙ୍ଗୀର ପୋଲିସ ଏକ ନିଖୋଜ ପୋଷ୍ଟର ଜାରି କରିବା ସହ କୁଲଦୀପ ଙ୍କ ଖବର ପାଇଲେ ଜଣାଇବା ପାଇଁ ଏକ ନମ୍ବର ଜାରି କରିଥିଲା। କିନ୍ତୁ ଦୀର୍ଘ ୨୧ ଦିନ ପରେ ଗତକାଲି ରବିବାର ଅପରାହ୍ନରେ ବୀରମହାରାଜପୁର ଥାନା ଭୁଦବର୍ ମହାନଦୀରେ କିଛି ମତ୍ସ୍ୟଜିବୀ ମାଛ ଧରିବା ପାଇଁ ଯାଇଥିବା ବେଳେ ଜାମଛି ଗଛ ଓ ପଥର ଚେପାରେ ଏକ ଗଳିତ ଶବ ଦେଖି ପୋଲିସ କୁ ଖବର ଦେଇଥିଲେ।

ପରେ ବୀରମହାରାଜପୁର ପୋଲିସ ଫାୟାର ବ୍ରିଗେଡ ସହାୟତାରେ ବହୁତ ପରିଶ୍ରମ ପରେ ଘଟଣା ସ୍ଥଳକୁ ଯାଇ ଫଟୋ ପରିବାର ଲୋକଙ୍କୁ ପଠାଇବା ପରେ ତାହା କୁଲଦୀପ ଙ୍କ ଶବ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଶବ ପଚି ଯାଇଥିବାରୁ ପରେ ବଲାଙ୍ଗୀର ରୁ ଓଡ୍ରାଫ୍ଟ ଟିମ୍ ଆସି ସୋମବାର ଆଜି ସକାଳୁ ଉଦ୍ଧାର କରିଛନ୍ତି। ପରେ ବୀରମହାରାଜପୁର ପୋଲିସ ଶବର ପୋର୍ଷ୍ଟମଟମ୍ କରାଇବା ପରେ ପରିବାର ଲୋକଙ୍କୁ ଦିବା ୧୧.୩୦ ରେ ହସ୍ତାନ୍ତର କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.