ଷୋହଳ ଦିନରେ ଷୋହଳ ପୂଜା

ହିରଣ୍ୟ ବେହେରା 

ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ସକଳ ଦେବାଦେବୀ ଶୟନ କରିଥାନ୍ତି ଏବଂ ଏହି ସମୟରେ କୌଣସି ଶୁଭକାର୍ଯ୍ୟ ହୋଇନଥାଏ। ଏହି ସମୟରେ ଦେବୀ ଦୁର୍ଗା ମଧ୍ଯ ଶୟନ କରିଥାନ୍ତି। ଭଗବାନ ଶ୍ରୀରାମଚନ୍ଦ୍ର ଶରତ କାଳରେ ଅର୍ଥାତ୍ ଅକାଳରେ ଦେବୀଙ୍କୁ ଜାଗ୍ରତ କରାଇ ବିଶେଷ ପୂଜାର୍ଚ୍ଚନା କରିଥିଲେ। ଏହା ଅକାଳବୋଧକ ନାମରେ ଖ୍ୟାତ। ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ, ମହଯୋଗୀ ଶ୍ରୀଅରବିନ୍ଦଙ୍କ ଭଳି ସିଦ୍ଧ ସାଧକମାନେ ଏହି ଶକ୍ତି ରହସ୍ୟ ଭିତରେ ଦାର୍ଶନିକ ବ୍ୟାଖ୍ୟା ଉଲ୍ଲେଖ କରିଥିବା ଜଣାଯାଏ।

ଭାରତର ବିଭିନ୍ନ ସ୍ଥାନରେ ଏହି ମହାଶକ୍ତିଙ୍କୁ ବିଭିନ୍ନ ରୂପରେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଆସୁଛନ୍ତି। ମୂଳାଷ୍ଟମୀ ଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନରେ ଷୋହଳ ପୂଜାର ବିଧାନ ରହିଛି। ଦେବୀପୀଠ ମାନଙ୍କରେ ଏହି ଉପାସନା ପଦ୍ଧତି କେଉଁ ଏକ ଆବହନମାନ କାଳରୁ ଚାଲିଆସୁଅଛି।

କୋକସରା ପ୍ରତିନିଧି 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.