ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳନ ସମେତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳନ ସମେତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଜି ଗଜପତି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ପୂର୍ଣ୍ଣ କୃଷକ ସମାବେଶ ସଚେତନତା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼ଃ ଗୁଣନିଧି ନାୟକ , ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସିଡ଼ିଏମଓ: ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏ.ରାମ ପ୍ରସାଦ ପାତ୍ର , ଆର: ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ସଞ୍ଜୀବ ମାଣ୍ଡି , ଜିଲ୍ଲା ଜଳ ବିଭାଜିକା ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର୍ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାମ ପ୍ରସାଦ ପାତ୍ର , ସ୍ୱାଗତ ଭାଷଣ ପ୍ରଦାନ କରି ମାଣ୍ଡିଆ ଚାଷର ପୃଷ୍ଠଭୂମି , ପ୍ରୋଟିନ୍ , ଡାଏଟାରୀ ଫାଇବର , ପୁଷ୍ଟିସାର ଅନେକ ଭିଟାମିନର ରହିଅଛି ବୋଲି ଅଭିଭାଷଣ ରଖିଥିଲେ।
ସେହିପରି ଜିଲ୍ଲାପାଳ ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ ଓ ଜିଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ ଉନ୍ନତ ମାନର ଚାଷ କରିବା ପାଇଁ ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ , ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଭଲ ଲାଭବାନ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ସୂଚନା ଦେଇଥିଲେ। ଏହା ସହିତ ମାଣ୍ଡିଆରୁ ପ୍ରୋଟିନ୍ , ଡାଏଟାରୀ ଫାଇବର ଏଵଂ ଆନେକ ପୁଷ୍ଟିକର ଗୁଣରେ ଭରପୁର ଅଟେ। ମାଣ୍ଡିଆ ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ରହିଅଛି । ଏହା ଗ୍ଲୁଟେନ ମୁକ୍ତ , ରକ୍ତଶର୍କରା ଏଵଂ କୋଲେଷ୍ଟର ସ୍ତରକୁ ହ୍ରାସ କରେ ଏହି ପୁଷ୍ଠି କର ଖାଦ୍ୟ ଶିଶୁର ଶାରୀରିକ , ମାନସିକ ବିକାଶ ଓ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସମସ୍ତଙ୍କୁ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାର ପ୍ରସାର କରି ମାଣ୍ଡିଆ ଚାଷ କରିବା ପାଇଁ ଆହ୍ବାନ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜିଲ୍ଲା କୃଷି ବିଭାଗ ଦ୍ଵାରା ୧୦ ଗୋଟି ପ୍ରଦର୍ଶନୀ ଷ୍ଟଲ ମାଧ୍ୟମରେ ଚାଷୀମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ତିଆରି ହୋଇଥିବା ଜିନିଷ ପ୍ରଦର୍ଶନ କରା ଯାଇଥିଲା । ଏହି ଅବସରରେ ଜିଲ୍ଲାର ଉତ୍କୃଷ୍ଟ ଶ୍ରୀ ଅନ୍ନ ଫସଲ ଚାଷୀ ଭାବରେ ୧୦ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ତଥା ମିଲଟ୍ ମିଶନ ଅଧିକାରୀ ସଙ୍ଘମିତ୍ରା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ , ଅତିରିକ୍ତ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ , କେ.ସୁରଜ କୁମାର ପାତ୍ର , ସତ୍ୟବାନ୍ ସ୍ଵରେନ୍ ଏସିଦ୍ ହାଁସଦା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସାତଗୋଟି ବ୍ଲକ ବହୁ ସଂଖ୍ୟାରେ ମାଣ୍ଡିଆ ଚାଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.