ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି। ଏହି ଉତ୍ସବ କୁସୁରଞ୍ଜନ ମହାପାତ୍ର ପରିଚାଳନାକରି ଥିଲେ। ବିଜୟ କୁମାର ସାସମଲ ଅତିଥ୍ଙ୍କ ପରିଚୟ କରିଥିଲେ। ଆଜିର ଏହି ଉତ୍ସବରେ ବିଦ୍ୟାଳୟର କୋଷାଧ୍ଯକ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିର ଞ୍ଜନ ଡାକୁଆ ଶିଶୁମାନଙ୍କୁ ଆଜିର ଦିବସ ପାଳନ ବିଷୟରେ କହିଥିଲେ। ବିଦ୍ୟାଳୟର ଗୁରୁଜୀ ନିରଞ୍ଜନ ଗୌଡ଼ ଶିଶୁ ମାନେ ଭବିଷ୍ୟତରେ କିପରି ଭଲମଣିଷ ହେବା ସହ ସତ କଥା କହି ଉତ୍ତମ ନାଗରିକ ହୋଇଦେଶର ମହତ କାର୍ଯ୍ୟ ରେ ଯୋଗଦେବା କଥା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ। ବିଦ୍ୟାଳୟର ଗୁରୁମା ସୁନାରାଣୀ ପାଳଙ୍କ ନିର୍ଦ୍ଦେଶରେ ଶିଶୁଭାଇ,ଭଉଣୀ ଅତି ସୁନ୍ଦର ଭାବରେ ଆଜିର ଉତ୍ସବ ବିଷୟରେ ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବ ରେ ସମସ୍ତ ଗୁରୁଜୀ ଓ ଗୁରୁମା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବହୁ ଶିଶୁଭାଇ ଓ ଭଉଣୀ ଯୋଗ ଦେଇଥିଲେ। କେତେକ ଭାଇ, ଭଉଣୀ ନେହେରୁଙ୍କ ବିଷୟ ରେ ଭାଷଣଦେଇ ଥିଲେ। ଶେଷରେ ପ୍ରଜ୍ଞାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।