ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଲସାଏ): ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥର ଖରାଲିକାନି ଛକ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଏବଂ ଘଟଣା ସ୍ଥଳରେ ଚାଲିଯାଇଥିଲା ଦୁଇ ସାଙ୍ଗଙ୍କ ଜୀବନ। ମୃତ ଦୁଇଜଣ ଯାକ ସାଙ୍ଗ ରତାଖଣ୍ଡି ଗ୍ରାମ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭୀମଭୋଇ ମେଡିକାଲକୁ ପଠେଇ ଥିବାବେଳେ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି।