ନବରଙ୍ଗପୁର ଜିଲ୍ଲା ରାଜମିସ୍ତ୍ରୀ ମହାସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ ଉମରକୋଟ: ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଟାଉନ୍୧ ବିଶ୍ଵ କର୍ମା ରାଜମିସ୍ତ୍ରୀ ସଂଘର ସଭା ଗୃହ ଠାରେ ଜିଲ୍ଲା ରାଜମିସ୍ତ୍ରୀ ମହାସଂଘ ନବରଙ୍ଗପୁରର ସଭାପତି ବିପିନ୍ ନାଗଙ୍କ ଅଧ୍ୟକ୍ଷତାରେ ମହାସଂଘର ମାସିକ ବୈଠକ ବସିଥିଲା। ସର୍ବପ୍ରଥମେ ପଡୋଶୀ ଜିଲ୍ଲା କଳାହାଣ୍ଡିରୁ ଆସିଥିବା ସଭାପତି ଅଭିରାମ ସୁନାନୀ, ସାଧାରଣ ସଂପାଦକ ଚିତ୍ତରଞ୍ଜନ ଗୋପାଳଙ୍କ ଦ୍ଵାରା ଭଗବାନ ଶ୍ରୀବିଶ୍ଵକର୍ମାଙ୍କୁ ପୂଜା ଅର୍ଚ୍ଚିନା କରି ଅତିଥି ମାନଙ୍କୁ ସମ୍ମାନିତ ଦେଇ ବୈଠକଟି ଆରମ୍ଭ କୋରାଯାଇଥିଲା। ଏଥିରେ ଜିଲ୍ଲା ସଂଘର ସଦସ୍ୟ ସମେତ ୧୦ଗୋଟି ଵ୍ଳକର ଓ ଶାଖା ସଂଘର ମୋଟ ୨୧ଗୋଟି ସଂଘର ସଭାପତି ସଂପାଦକ କୋଷାଧ୍ୟକ୍ଷ ଓ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏଥିରେ କେତେଗୁଡ଼ିଏ ନିର୍ଦ୍ଧାରଣ ବିଷୟରେ ଆଲୋଚନା କରାଯାଇଥିଲା ଯଥା ନଂ -୧ ନବରଙ୍ଗପୁର ଜିଲ୍ଲାରେ ରଙ୍ଗିୟା ଭାଙ୍ଗଲା ଦେଶି ମାନେ ୨୦ ବର୍ଷ ଧରି ଏଅଞ୍ଚଳରେ ନିର୍ମାଣ ଶ୍ରମିକ ତଥା ମିସ୍ତ୍ରୀ କାମକରେ ଲିପ୍ତ ରହି ଗୁଡ଼ାଏ ସରକାରୀ ଓ ବେସରକାରୀ ସ୍କୁଲ ଓ ଅନ୍ୟାନ୍ୟ ବଡ଼ ବଡ଼ ବିଲଡିଙ୍ଗ୍ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି। ତାରିଫଳରେ ସ୍ଥାୟୀ ବାସିନ୍ଦା ମିସ୍ତ୍ରୀ ମାନଙ୍କୁ କାମମିଳୁନାହି କି ଉଚିତ ମୁଲ୍ୟରେ ମଜୁରୀ ମଧ୍ୟ ମିଳୁନାହିଁ ଓ ସ୍ଥାନୀୟ ରେଟ ଚାର୍ଟ ଅନୁଯାଇ ଚୂକ୍ତତି ନାମା ମଧ୍ୟ ହେଉନାହିଁ ଏଥିପାଇଁ ସେମାନଙ୍କ ରେଟ୍ ଓ ସ୍ଥାନୀୟ ରେଟ୍ ଖାପ ଖାଉନି। ଗତ ମଣିପୁର ରାଜ୍ୟର ଘଟଣାକୁ ନେଇ ଭାରତରେ ସତେତ ଓଡ଼ିଶାରେ ଓଡ଼ିଶାର ହିନ୍ଦୁ ସଂଘ ତଥା ଆରଏସଏସର ଓ ଵଜରଙ୍ଗିଦଳର ପ୍ରାୟାସରେ ଏ ଅଞ୍ଚଳରେ ଥିବା ବାଙ୍ଗାଲାଦେଶି ମାନଙ୍କୁ ହଟାଇବାକୁ ଯେଉଁ ପ୍ରକାରର କାର୍ଯ୍ୟ ହାତକୁ ନିଆଯାଇଥିଲା ସେହି ସମୟରେ ଅନେକ ବଙ୍ଗଳା ଦେଶି ଗାଁଛାଡି ପଳାଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳ କେତେକ ଜଣ ନାମ ଯାଦା କଣ୍ଟ୍ରୋକ୍ଟର ସେମାନଙ୍କୁ ଆଣି ପୁନର୍ବାର କାର୍ଯ୍ୟରେ ଲଗାଉଛନ୍ତି। ଏଥିପାଇଁ ସ୍ଥାୟୀ ମିସ୍ତ୍ରୀ ମାନେ କାମ ନପାଇ ବିଦେଶରେ ଦାଦନ ଖଟିବାକୁ ଯାଉଛନ୍ତି ତାଙ୍କର ପିଲା କୁଟୁମ୍ବ ଭକ ଉପାସରେ ସଢ଼ୁଛନ୍ତି। ଏଣୁ ସଂଘ ତରଫରୁ ଜିଲ୍ଲା ପ୍ରଶାସନ କୁ ଓ ୧୦ ଗୋଟିଏ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦୁଇ ଗୋଟି ର ପୈରପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ ଓ ଦସଗୋଟି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ପୁନର୍ବାର ଅନୁପ୍ରବେଶକାରି ଭାଙ୍ଗାଲା ଦେଶି ମାନଙ୍କୁ ଏଅଞ୍ଚଳରେ ନିର୍ମାଣ କାର୍ଯ୍ୟ ନଦେଇ ପୁନର୍ବାର ତାକୁ ବିତାଡିତ କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ।

ନଂ-୨ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ଶ୍ରମିକମାନଙ୍କୁ ଯାହା ଯାହା ସୁବିଧା ସୁଯୋଗ ଅଛି ସେଗୁଡିକ ଯେମିତି ହେଲେ ସୁଦ୍ଧା ଆମ ଜିଲ୍ଲାର ଶ୍ରମିକ ମାନେ ଯେପରିକି ବାଦ ନପଡ଼ିଵେ ଏଥିପାଇଁ ପ୍ରତ୍ୟେକ ବ୍ଳକରେ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସେଚେତନା ସୃଷ୍ଟିକରିବା ପାଇଁ ଜିଲ୍ଲା ସଂଘର ସଭାପତି  ବିପି ନାଗ, ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଉପସଭାପତି ନରସିଂହ ନାୟକ, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ସଭାପତି ମନୋଜ କୁମାର ପଟ୍ଟନାୟକ, ସଂପାଦକ ରମେଶ ମାଝୀ, ଉମରକୋଟ ଵ୍ଳକର ସଭାପତି ଵଳିରାମ ମଙ୍ଗରାଜ,ଏନଏମଦ ସଂଘର ସଭାପତି ସୁନା, ମାଁ ପେଣ୍ଡ୍ରାଣୀ ସଂଘର ସୁବାସ ସୁରିଆ, ରାଇଘର ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂଘର ସଭାପତି ଯସଵନ୍ତ ମାଝୀ, ଚନ୍ଦାହାଣ୍ଡି ସଂଘର ସଂପାଦକ ପ୍ରେମଲାଲ ନାୟକ, ଖୁଟୁଗୁଡା ମାଁଠାକୁରାଣୀ ସଂଘର ସଭାପତି  ଉଦ୍ଧବ କଲାର, ସମେତ ୧୦ ଗୋଟି ଵ୍ଳକର ଓ ୧୧ ଗୋଟି ସାଖ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ରାଇଘର ବ୍ଲକ ସଭାପତି ଯୋସବନନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.