ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲରେ ସୋମବାର ଉଦ୍ଘାଟିତ ହୋଇଯାଇଛି ଜିଲ୍ଲାସ୍ତରୀୟ ହାଇସ୍କୁଲ ସମୂହ କ୍ରିକେଟ ପ୍ରତିଯୋଗିତା। ଏହା ତିନିଦିନ ଧରି ଚାଲିବ ଏବଂ ବୁଧବାର ଦିନ ଉଦଯାପିତ ହେବ ବୋଲି ଜଣାପଡିଛି। ଜିଲ୍ଲା କ୍ରୀଡ଼ା ସମ୍ପାଦକ ରୁପସିଂ ରାଉତ ଡିପିଇଓ ଏବଂ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତଥା କାର୍ଯ୍ୟ ନିର୍ବାହୀ ସମ୍ପାଦିକା ସ୍ଵେତାଳିନ ପ୍ରଧାନଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତନ୍ମୟ କୁମାର ଦରୁୱାନ (ଏଡିଏମ କଳାହାଣ୍ଡି), ସମ୍ମାନୀତ ଅତିଥି ଭାବରେ ଡେପୁଟି ଡାଇରେକ୍ଟର ପ୍ଲାନିଂ ଶ୍ରୀକାନ୍ତ ଦଳେଇ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ଓ ସୂର୍ଯ୍ୟଦେବ ବାଗ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସରପଞ୍ଚ ଲୋକନାଥ ସା, ପୂର୍ବତନ ଆଇପିଇ ମହେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ଶ୍ରୀ ଗଣେଶ ପୂଜନ ପରେ କ୍ରୀଡ଼ା ପତକା ଉତ୍ତୋଳନ କରି ଚାମ୍ପିଅନ ସିପ ୨୦୨୪/୨୦୨୫ କୁ ଉଦ୍ଘାଟନ କରିଥିଲେ। ଏହାପରେ ଜିଲ୍ଲାର ୧୩ ଗୋଟି ବ୍ଲକରୁ ଆସିଥିବା ସ୍କୁଲ ସମୂହର କ୍ରିକେଟ ଟିମ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଆୟୋଜକ ବିଦ୍ୟାଳୟର ଶାରୀରିକ ଶିକ୍ଷକ କିଶୋର ଚନ୍ଦ୍ର ସା ଓ ଜୀତେନ୍ଦ୍ର କୁମାର ରଥଙ୍କ ନେତୃତ୍ଵରେ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ ମାନେ କ୍ରିକେଟ ପ୍ରତିଯୋଗୀତା ପରିଚାଳନା କରିଥିଲେ।