ବିଭିନ୍ନ ସମସ୍ୟା ଓ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଚାଷୀ ଦେବେ ଧାରଣା

ଜିଲ୍ଲାପାଳଙ୍କ “ରୋଟି ସେକ” ମନ୍ତବ୍ୟ ପାଇଁ ବଢୁଛି ଚାଷୀ ଅସନ୍ତୋଷ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସର୍ବ ଭାରତୀୟ କିଷାନ ମୋର୍ଚ୍ଚା ଡାକରା ରେ ୨୬ ନଭେମ୍ୱର ମଙ୍ଗଳବାର ସକାଳ ୧୦ ରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା କୃଷକ ସଂଗଠନ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ଧାରଣା ଦିଆଯିବାକୁ ଜୋରଦାର୍ ପ୍ରସ୍ତୁତି ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ମଧ୍ୟ ଜିଲ୍ଲାର ହଜାର ହଜାର ଚାଷୀଙ୍କ ସମାବେଶ ଓ ଧାରଣା ଦିଆଯିବ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସୁଚନା ମିଳିଛି। ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଏକ ୬ ଦଫା ଦାବୀପତ୍ର ଦିଆଯିବ। ଜିଲ୍ଲା ଧାନ କ୍ରୟ କମିଟି ବୈଠକରେ ନିର୍ଦ୍ଧାରିତ ହୋଇଥିବା ୧୦ ନଭେମ୍ୱର ପରିବର୍ତ୍ତେ ଆସନ୍ତା ୧ ନଭେମ୍ୱର ରୁ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ କରିବା, ଅଖା ବସ୍ତା ବଦଳ ରେ ଜରି ବସ୍ତା ରେ ଧାନ ବିକ୍ରୟ ପାଇଁ ଅନୁମତି ଦେବା ଓ ଜିଲ୍ଲାର ଅଣ ଜଳସେଚିତ ଜମିକୁ ମରୁଡି ଘୋଷଣା କରିବା ଏହି ୩ ଦଫା ଦାବୀପତ୍ର ନେଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ନେଇ ସୂଚନା ମିଳିଛି। ଏବଂ ଗତ ୧୯ ତାରିଖ ରେ ପେଡ଼ି ପ୍ରୋକମେଣ୍ଟ ମିଟିଂ ଦିନ ଚାଷୀଙ୍କ ସମସ୍ୟା ନେଇ ଚାଷୀ ନେତ୍ରୀ ଓ ତାଙ୍କ ସମର୍ଥକଙ୍କୁ ଉପସ୍ଥାପନା କରିବାକୁ ଚାଷୀ ପ୍ରତିନିଧି ଭାବେ ସଭାକୁ ଯିବାକୁ ଅନୁମତି ଦେବା ବଦଳ ରେ ଖୋଦ୍ ଜିଲ୍ଲାପାଳ ଚାଷୀ ନେତ୍ରୀ ସୋନାଲି ବିଶିଙ୍କୁ ଯାଓ ଯା କେ ରୋଟି ସେକୋ ବୋଲି ଦେଇଥିବା ଏଭଳି ଘୋର ଅପମାନ ଜନକ ମନ୍ତବ୍ୟକୁ ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଏହାର ମଧ୍ୟ ପ୍ରଶାସନକୁ ତଥା ସରକାରଙ୍କୁ ଜବାବ ମଗାଯିବ ଓ ଜିଲ୍ଲାପାଳଙ୍କ ବଦଳି ଦାବୀ କରାଯିବ ବୋଲି ଚାଷୀ ନେତା ବୈକୁଣ୍ଠ ଶତପଥି ଓ ପ୍ରଦୀପ ପୁରୋହିତ କହିଛନ୍ତି। ଜିଲ୍ଲାର ଜଣେ ଉଚ୍ଚ ପଦସ୍ଥ ଆଇଏସ ଅଧିକାରୀ ଙ୍କ ଚାଷୀ ନେତ୍ରୀଙ୍କୁ ଏଭଳି ବ୍ୟବହାର କୁ ଜିଲ୍ଲାର ଚାଷୀ ତଥା ବୁଦ୍ଧିଜୀବୀ ମଧ୍ୟ ଘୋର ନିନ୍ଦା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.