ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ତଥା ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ସୁନୀଲ କୁମାର ପାଢ଼ୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଫଣିନ୍ଦମ ସିଂହ ଦେଓ, ସମ୍ମାନୀତ ଅତିଥି ଭାବରେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରଣବୀର ସିଂହ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼. ତରୁଣ କୁମାର ପ୍ରଧାନଙ୍କ ସମେତ ବିଭାଗୀୟ ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅର୍ପିତା ପଣ୍ଡା, ରିତୁ ବାଗ ଏବଂ ପାୟଲ ପ୍ରଧାନ ପ୍ରମୁଖ ମଂଚାସୀନ ହୋଇଥିଲେ l କାର୍ଯ୍ୟକ୍ରମକୁ ମଞ୍ଜୁଶ୍ରୀ ପଣ୍ଡା ପରିଚାଳନା କରିଥିବାବେଲେ ୧୦ ଜଣ ଛାତ୍ର ଛାତ୍ରୀ ପ୍ରବନ୍ଧ ଉପସ୍ଥାପନା କରିଥିଲେ l ଅତିଥିମାନେ ସମ୍ବିଧାନ ଦିବସର ମହତ୍ତ୍ୱ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିବାବେଳେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସିଂହ ଦେଓ ସମ୍ବିଧାନର ରଚନା, ବିଧି ବ୍ୟବସ୍ଥା, ତାର ମହତ୍ତ୍ୱ, ରକ୍ଷଣା ବେକ୍ଷଣ ଏବଂ ଏହି ଦିନର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ l କାର୍ଯ୍ୟକ୍ରମରେ କମ୍ପ୍ୟୁଟର ବିଭାଗର ମୁଖ୍ୟ ପ୍ରଣତି ପଣ୍ଡା, ହିନ୍ଦୀ ଅଧ୍ୟାପକ ଡ଼. ଶୁଭ୍ରାଂଶିଷ ବାରିକ ଏବଂ ବାଣିଜ୍ୟ ବିଭାଗ ମୁଖ୍ୟ ତଥାଗତ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ବସନ୍ତ, ଆନନ୍ଦ, ଶାଶ୍ୱତ, ନରୋତ୍ତମ, କୃପାସିନ୍ଧୁ, ଛବିଳ, କୋମଳ, ରଞ୍ଜୁ, ଛାତ୍ରୀ ଡଲି, ପ୍ରୀତି ପ୍ରିୟଦର୍ଶିନୀ, ହରିପ୍ରିୟା, ତୃପ୍ତି, ମନୀଷା, ରଶ୍ମି, ସ୍ମିତା, ନିରୁପମା, ଦୀପାଞ୍ଜଳି, ପରୀ, ସାଗରୀକା, ଧରିତ୍ରୀ, ଯୁଗଶ୍ରୀ, ଅର୍ପିତା, ସୋମି, ସ୍ନେହା ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଶେଷରେ ଡୁଳେଶ୍ୱର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l