ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆୟୁଷ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କିଛି ଦିନ ତଳେ ଲୋକ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମିନ୍ତେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା | ତାର ନାମ ଥିଲା ଜନ ଆୟୁଷ ଆରୋଗ୍ୟ କେନ୍ଦ୍ର | ସେ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ର ଗାଇଡ଼ ଲାଇନ ଅନୁସାରେ କିଛି ସରକାରୀ ଅଧିକାରୀ ଓ ସମାଜସେବୀ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା | ଏହି ବୈଠକ ରେ ଏନ.ଏ. ସି. ର ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ, ୧୨ ନଂ ୱାର୍ଡ ର ୱାର୍ଡ଼ ସଭ୍ୟା ଥିବା ଶ୍ରୀମତୀ ପ୍ରମିତା କୁମାରୀ ପଣ୍ଡା ଆୟୁଷ କେନ୍ଦ୍ର ର ଅଧ୍ୟକ୍ଷା ଭାବେ ମନୋନୀତ ହୋଇ ଥିଲେ। ଏଥି ସହିତ ଶ୍ରୀ ଯୋତୀନ୍ଦ୍ର କୁମାର ତ୍ରିପାଠୀ ଅଧ୍ୟକ୍ଷା ଙ୍କ ଦ୍ଵାରା ମନୋନୀତ ସଭ୍ୟ, ଡାକ୍ତର ମନୋଜ କୁମାର ଦାଶ ଇନଚାର୍ଜ ଭାଟ କୁମରଡ଼ା ସିଏଚସି , ରାଧାକୃଷ୍ଣ ସାବତ ଭାଟ କୁମରଡ଼ା ବି.ପି.ଏମ, ପୂର୍ତ୍ତ ବିଭାଗ ଯେଇ ସୋନିଆ ପ୍ରଧାନ, ଶ୍ରୀ ମନୋଜ କୁମାର ମହାପାତ୍ର, ସାମାଜିକସଦସ୍ୟ, ମମତା ମାହାନ୍ତି ସମନ୍ୱିତ ଶିଶୁ ବିକାଶବିଭାଗସୁପରଭାଇଜଏ ଏ ଏନ ଏମ ରାମେଶ୍ୱରୀ ପାଣି ଗ୍ରାହୀ , ଓ ଦୁଈ ଆଶା କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ଦୁଇ ଜଣ ସଦସ୍ୟା ଏହି କମିଟିର ସଦସ୍ୟ ହୋଇ ଥିଲା ବେଳେ ଅନ୍ୟ ସରକାରୀ ଅଧିକାରୀ ମାନେ ମଧ୍ୟ ଏହାର ସଦସ୍ୟ ରହିଛନ୍ତି | ତେବେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ସହରାଞ୍ଚଳ ଆୟୁଷ ସ୍ୱାସ୍ଥ୍ୟ ମନ୍ଦିର କେନ୍ଦ୍ର ସରକାର ଙ୍କ ଏକ ପ୍ରୟାସ ମାତ୍ର | ଏହା ସହ ସେହିଁ ୱାର୍ଡ ର ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଉପସ୍ଥିତ ଥିଲେ |