ସନ୍ ସାଇନ୍ ଇଣ୍ଟର ନେସନାଲ ସ୍କୁଲରେ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚକର କୁମାରୀ ଠାରେ ଥୂବା ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ରେ ବିଜ୍ଞାନ ମେଳା 3ଗୋଟି ବିଭାଗ ରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା 58 ଗୋଟି ପ୍ରୋଜେକ ଅନୁଷ୍ଠାନ ର ସଭାପତି ତଥା ବରିଷୃ ଶିକ୍ଷାବିତ ପ୍ରଗୁଲ କୁମାର ରଥଙ୍କ ସଭାପତିତ୍ବରେ ଆରମ୍ଭ କରା ଯାଇଥିଲା । ଏହାକୁ ସ୍ଥାନୀୟ ନରସିଂହ ଦାସ ଉଚ୍ଚ ବିଦ୍ୟା ଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଦାର ଏହି ମେଳା କୁ ଉଦଘାଟନ କରି ଥିଲେ ।ମେଳା କୁ ଉଦଘାଟନ କରି ଥିଲେ I ସମ୍ମାନିତ ଅତିଥୂ ଭାବେ ସ୍ଥାନୀୟ ସିଆରସିସି ଶ୍ରୀ ହେମନୁ କୁମାରବେହେରା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଏ ରାଜ ଗୋପାଳ ରାଓ, ପ୍ରଶାନ୍ତ କୁମାରପଟ୍ଟନାୟକ,ବିଦ୍ୟାଳୟ ଅଧ୍ଯକ୍ଷ ଶ୍ରୀସୁନିଲ କୁମାର ମହାନ୍ତି ଯୋଗଦେଇଥିଲେ |ସବ୍ ଜୁନିଅର,ଜୁନିଅର ଓ ସିନିୟର୍ବର୍ଗ ରୁ ମୋଟ 58ଟି ପ୍ରକଳ୍ପ ସ୍ଥାନପାଇଥୁଲା I ବିଚାରକ ଭାବେତାରାତାରିଣୀ ମହା ବିଦ୍ୟାଳୟ ରଅଧ୍ୟାପିକା ଡଃ ଶ୍ରୀମତୀ ନମ୍ରତା ମିଶ୍ର, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପଣ୍ଡା, ଡେମୋନଷ୍ଟେଟର ଶ୍ରୀ ରାମ ନାଥ ପାତ୍ର, ନରସିଂହଦାସ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକଶ୍ରୀ ଯୁଧୂଷ୍ଟିର ସାହୁ ଓ ଶ୍ରୀମତୀ ମମତାଆଚାର୍ଯ୍ୟ, ଆଛୁଲି କ୍ଲଷ୍ଟର ସିଆରସିସି ଶ୍ରୀମନୋଜ କୁମାର ପଣ୍ଡା, ଚଢ଼ିଆପଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ଶୁଭ୍ରାଂଶୁ ମୁଦୁଲି ଯୋଗ ଦେଇ ତିନୋଟି ବର୍ଗ ରୁ ମୋଟ ନଅଟି ପ୍ରକଳ୍ପ ଚୟନ କରି ଥିଲେ । ମୁଖ୍ୟ ଅତିଥି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ ମିଳିତଭାବେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.