ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ଅଭିନବ ପଦକ୍ଷେପ: ଗଠିତ ହେଲା ଶିଶୁ ଅନୁକୂଳ ଇକୋ ପଞ୍ଚାୟତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି):  ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସମାଜ ସେବା ବିଭାଗ ଓ ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ (ଓ୍ବାଇ.ଏସ.ଡି.) ଅନୁଷ୍ଠାନର ମିଳିତ ସହଯୋଗରେ ସମାଜ ସେବା ବିଭାଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ତଥା ଅନୁମୋଦନ କ୍ରମେ ଏହି କର୍ମଶାଳାକୁ ଶ୍ରେଣୀଗୃହରେ ସୀମିତ ନରଖି ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ମର୍ଦ୍ଦରାଜପୁରରେ ଏକ ଅଂଶଗ୍ରହଣକାରୀ ଗ୍ରାମୀଣ ମୂଲ୍ୟାଙ୍କନ ଅଭ୍ଯାସ ( ପିଆରଏ ଏକ୍ସରସାଇଜ) କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା।

Omkar Vasthu
Omkar Vasthu

 

ଏହି ତିନିଦିନିଆ କାର୍ଯ୍ୟକ୍ରମଟି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା ।
ଓ୍ବାଇ.ଏସ.ଡି. ଅନୁଷ୍ଠାନର ସଂପାଦକ ବିଭୁପ୍ରସାଦ ସାହୁ, କର୍ମକର୍ତ୍ତା ଚନ୍ଦନ କୁମାର ସାହୁ ଓ ସୁଦୀପ କୁମାର ଚକ୍ରବର୍ତ୍ତୀଙ୍କ ଦ୍ବାରା ଶିଶୁମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଗାଁ ରେ ଏକ ଅନୁକୂଳ ପରିବେଶ ଗଠନ କରାଯିବାର ଆବଶ୍ୟକତାକୁ ଅନୁଭବ କରି ଏକ ସଚେତନଶୀଳ ରଣନୀତିକ ଉପାୟଗୁଡିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସାମୟିକ ପ୍ରଣାଳୀଗତ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ଯ ଉଦ୍ଦେଶ୍ଯ ଗୁଡିକ ଯଥା ପାଠପଢାରୁ ନିବୃତ୍ତ ରହିଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ସ୍କୁଲ ଯିବା ପାଇଁ ଉତ୍ସାହିତ କରିବା, ବାଲ୍ଯ ବିବାହକୁ ବିରୋଧ କରିବା, ସରକାରୀସ୍ତରରେ ଥିବା ଶିଶୁ ଅଧିକାର ଆଇନ ସମ୍ବନ୍ଧରେ ଅବଗତ କରିବା ଓ ନିଶାସେବନ ଆଦି ଅନ୍ୟାନ୍ଯ ଅସାମାଜିକ ଅଭ୍ୟାସକୁ ପରିତ୍ଯାଗ କରିବାରେ ଶିଶୁମାନଙ୍କୁ ସହାୟତାର ହାତ ବଢ଼ାଇବା ଇତ୍ୟାଦିର ପ୍ରଶିକ୍ଷଣ ଦିଆଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହ ସଖୀ-ସହେଲି, ସଖା-ବନ୍ଧୁ, ଅଙ୍ଗନଓ୍ବାଡି କର୍ମଚାରୀ, ଆଶା କର୍ମଚାରୀ, କମ୍ୟୁନିଟି ହେଲଥ ଅଧିକାରୀ, ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, ପଞ୍ଚାୟତ ରାଜ ଅନୁଷ୍ଠାନ ସମେତ ପଞ୍ଚାୟତ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏହିପ୍ରକାର ସମାଜିକ ଦାୟିତ୍ବବାନ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ଓ ସାହାଯ୍ଯ ପ୍ରଦାନ କରିଥିଲେ। ଏହି ଅଭିନବ ପ୍ରୟାସ ଦ୍ବାରା ଆଗାମୀଦିନରେ ମର୍ଦ୍ଦରାଜପୁର ପଞ୍ଚାୟତକୁ “ଶିଶୁ ଅନୁକୂଳ ଇକୋ ପଞ୍ଚାୟତ” ନାମରେ ଘୋଷିତ କରାଯାଇପାରିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି। ବିଭାଗ ତରଫରୁ ଏହିପ୍ରକାର କାର୍ଯ୍ୟକ୍ରମର ଆୟୋଜନକୁ ନେଇ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମାଜ ସେବା ବିଭାଗର ସଂଯୋଜକ ଡ଼କ୍ଟର ଗ୍ରେସ ବି. ମୁଣ୍ଡ୍ ଓ୍ବାଇ.ଏସ.ଡି. ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.