ଓଡ଼ିଆ ବାର୍ତ୍ତା (କଳାହାଣ୍ଡି ଲିଙ୍ଗରାଜ ମିଶ୍ର): ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଇତିହାସ ଓ ପ୍ରତ୍ନତାତ୍ବିକ ବିଭାଗ ତରଫରୁ ସହିଦ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୧୮୮୨ କନ୍ଧମେଳିରେ ସଂପୃକ୍ତ ହୋଇଥିବା ଅନେକ ସହିଦ ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ଏହି ଅବସରରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହି କ୍ରମରେ ଇଂରେଜ ସରକାରଙ୍କ ଦ୍ଵାରା ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ନର୍ଲା ବ୍ଲକ ଅନ୍ତର୍ଗତ ବଡାକା ପ୍ରଗଣା ଉଲିକୁପାର ଗୈାନ୍ତିଆ ସହିଦ ପବନ ସିଂ ମାଝୀଙ୍କ ଦାୟାଦ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।