ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍, ସିନ୍ଧେକେଲା ଥାନା ଅନ୍ତର୍ଗତ ଝଲପ ଗ୍ରାମର ରାଜିନ ସୂନା ବୋଲି ଜଣେ ବ୍ୟକ୍ତି ଗାଁ ପାଖରେ ଥିବା ଜଙ୍ଗଲରେ ଗୋଟିଏ ଗାଇକୁ ହତ୍ୟା କରି ଗୋମାଂସକୁ ବିକ୍ରି କରୁଥିଲା ଏବଂ ସେ ନିଜେ ମଧ୍ୟ ଏହି ଗୋମାଂସ ଖାଉଥିଲା। ଏହି ଘଟଣାର କିଛି ତଥ୍ୟ ଓ ପ୍ରମାଣ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ହାତରେ ଲାଗିଥିଲା। ଏଣୁ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ପକ୍ଷରୁ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଆଜି ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ସିନ୍ଧେକେଲା ଥାନାକୁ ଯାଇ ସେଠାରେ ଥାନାର ଭାରାପ୍ରାପ୍ତ ଅଧିକାରୀଙ୍କୁ ସାକ୍ଷାତ କରି ଏହି ଘଟଣା ସମ୍ବନ୍ଧରେ ଅବଗତ କରାଇ ଝଲପ ଗ୍ରାମର ରାଜିନ ସୂନାଙ୍କୁ ଯଥାଶୀଘ୍ର ଗିରଫ କରାଯାଇ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏଫ୍.ଆଇ.ଆର୍ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଦୀନବନ୍ଧୁ ବିଶ୍ଵାଳ, ଜିଲ୍ଲା ସାଧାରଣ ସମ୍ପାଦକ ବଦ୍ରିନାଥ ହୋତା, ବ୍ଲକ୍ ସଭାପତି ନୌରାଜ୍ ରଣା, ପ୍ରଦୀପ କୁମାର ବେହେରା ଓ ଆନ୍ୟନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।