ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଫ୍ୟାକ୍ସ ଅଧିନସ୍ଥ ରେଙ୍ଗାଲପାଲି ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଅଛି। ଫ୍ୟାକ୍ସ ସଭାପତି ଲଲିତ କୁମାର ନାଏକଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷି ଅଧିକାରୀ ଟଙ୍କଧର ତାଣ୍ଡି ନୋଡାଲ ଅଧିକାରୀ ଭାବରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ବଡ ପୁଝାରୀଗୁଡା ସମବାୟ ସମିତିର ସଭ୍ୟ ଧନେଶ୍ଵର ପୁଞ୍ଜି, ବିଜେପି କୃଷକ ମୋର୍ଚ୍ଚାର ସଭ୍ୟ ବୀରବର ପୁଞ୍ଜି, ଦିପଚନ୍ଦ ସାହୁ, ଧନସିଙ୍ଗ ଶବର, ସନ୍ତୋଷ ରାଉତ, ବସନ୍ତ ସାହୁ, ଗୟାଧର ସାହୁ, ଭଗବାନ ଦିଶାରୀ, ବିଶ ମାଝୀ ପ୍ରମୁଖ ଉପସ୍ଥିତ ରହି ଧାନ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ। ପ୍ୟାକ୍ସ ସମ୍ପାଦକ ଯଶୋବନ୍ତ ନାଗ ସଭା ପରିଚାଳନା କରିଥିବାବେଳେ ସମିତିର ସହ ସମ୍ପାଦକ ରମେଶ ଚନ୍ଦ୍ର ନାଏକ ସହଯୋଗ କରିଥିଲେ। ତେବେ କୌଣସି ମିଲର୍ସ ଆସି ନ ଥିବାରୁ ଧାନ ଉଠି ପାରିନଥିଲା।