ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ବର ସୂର୍ଯ୍ୟନଗର ଅନ୍ତର୍ଗତ ପ୍ଲଟ ନଂ ୫୦ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଉଦ୍ଦେଶ୍ୟରେ ଆହ୍ବାନ ଇଣ୍ଟରଭେନସନ ହବ ଉଦଘାଟିତ ହୋଇଯାଇଛି। ଏହି ହବରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଅକୁପେସନାଲ ଥେରାପି, ସ୍ପିଚ୍ ଥେରାପି, ସ୍ବତନ୍ତ୍ର ଶିକ୍ଷା, କଗନିସନ ଥେରାପି ଆଦି ଦିଆଯାଇଥାଏ ବୋଲି ହବ୍ ର ନିର୍ଦ୍ଦେଶକ ଅଶ୍ବିନୀ ମୁଦୁଲି ପ୍ରକାଶ କରିଛନ୍ତି। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ଅଟେ। ଡ଼ିସେମ୍ବର ମାସ ୩୧ ଯାଏଁ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ମାଗଣା କାଉନସେଲିଂ ଓ ଆସେସମେଣ୍ଟ ଚାଲୁରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।