ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ବଡ଼ମାଳ ସ୍ଥିତ ସରସ୍ବତୀ ଶିଶୁମନ୍ଦିରର ଏକବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଦୁର ରାମ ନାଗ, ସମ୍ମାନୀତ ଅତିଥି ଭାବେ ଫିରୋଜ କୁମାର ବଗର୍ତ୍ତୀ, ନିରଞ୍ଜନ ଘିଭେଲା, ବବିତା ସାହୁ, ହରେକୃଷ୍ଣ ବଗର୍ତ୍ତି, ସଂଯୁକ୍ତା ମିର୍ଦ୍ଧା, ସସ୍ମିତା ସାଏ, ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଆଚାର୍ଯ୍ୟ ସରୋଜ କୁମାର ଦାଶ। କ୍ରୀଡା ପରିଚାଳନାରେ ଚୂଡାମଣି ମହାଲିଙ୍ଗ ଚମ୍ପିଆନ ଶିଶୁ ବର୍ଗ, ରାଜଶ୍ରୀ ବାଗ ବାଲ ବର୍ଗ, ସ୍ମିତା ରାଣୀ ବଗର୍ତ୍ତି ଓ ଲୋକନାଥ ନାଗ କିଶୋର ବର୍ଗ, ନରେନ୍ଦ୍ର ଭୋଇ, ରୋଜି ପୋଢ଼ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।