ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ୭ ଗୋଟି ପ୍ୟାକ୍ସ ଅଧିନରେ ଚାଲୁଥିବା ୧୬ ଗୋଟି ଉପ ମଣ୍ଡି ଏଭଳି ମୋଟ ୨୩ ଗୋଟି ଧାନ ମଣ୍ଡି ମଧ୍ୟରୁ ପ୍ରାୟତଃ ମଣ୍ଡି ଡ଼ିସେମ୍ବର ୨ ରୁ ୧୦ ମଧ୍ୟରେ ଉଦ୍ଘାଟିତ ହୋଇ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଶାନ୍ତପୁର ପେକ୍ସର ଉପମଣ୍ଡି ନିଶାଣପୁର ଓ ଉଲିକୁପା ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଦୁଇ ଗୋଟି ମଣ୍ଡିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଚାଷୀ ଧାନ କେମିତି ସୁବିଧାରେ ବିକ୍ରୟ କରି ପାରିବେ ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ୍ ହେବା ଓ ଚାଷୀଙ୍କୁ ସହଯୋଗ କରିବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁମରମଣି ଶବର, ଏବିଡ଼ିଓ ଦେବେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତପୁର ପେକ୍ସ ସମ୍ପାଦକ ସୁଶାନ୍ତ ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୋଡାଲ ଅଫିସର ନିଶାଣପୁର ଆର ଆଇ, ଆରଏମସି କର୍ମଚାରୀ ମୁଣ୍ଡା ଵାବୁ, ବରିଷ୍ଠ ଚାଷୀ ଅନନ୍ତ ପଧାନ, ହରିରାମ ନାଏକ, ପୂର୍ଣ୍ଣଚନ୍ଦ୍ର ରଣା, ପୁରନ୍ଦର ରଣା, ବିଶ୍ଵନାଥ ସାହୁ, ଦେବେନ୍ଦ୍ର ଶବର, ପର୍ଶୁରାମ ସାହୁ, ଜୟପ୍ରକାଶ ସାହୁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।